ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ବଡ଼ହନ୍ତୁଆଡ଼ ଓ ଦେଉଗାଁ ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି । ଏହାକୁ ବାଣପୁର ତହସିଲଦାର ପଦ୍ମନାଭ ଦୋରା ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଯୋଗାଣ ନିରୀକ୍ଷକ ଶିବରାମ ବିଶ୍ୱାଳ, ପୂର୍ବତନ ଉପାଧ୍ୟକ୍ଷ ଅଜୟ କୁମାର ରାଉଳ, ସମ୍ପାଦକ ପ୍ରସନ କୁମାର ପଟନାୟକ ଓ ଭବାନୀ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମଣ୍ଡି ର ପ୍ରଥମ ଦିନରେ ୧୮ ଜଣ ଚାଷୀଙ୍କ ଠାରୁ ୪୭୨ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ବେଳ ସନ୍ଧ୍ୟା ପର୍ଯ୍ୟନ୍ତ ଧାନ ମଣ୍ଡି ରେ ଚାଷୀଙ୍କର ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା । ତେବେ ଚଳିତ ବର୍ଷ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।।
ବାଣପୁର ରେ ଖୋଲିଲା ଧାନ ମଣ୍ଡି : ପ୍ରଥମ ଦିନରେ ୪୭୨ କୁଇଣ୍ଟାଲ ଧାନ ସଂଗ୍ରହ !!!

