ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଆୟୋଜିତ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ ଘାଟନ ପରିପ୍ରେକ୍ଷୀରେ ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଆୟୋଜିତ ସାହିତ୍ୟ ପ୍ରତିଯୋଗିତା ଉଦଯାପନ ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଦିର୍ଘ ସାତଦିନ ଧରୀ ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଆୟୋଜିତ “ନୁଆ -ଓ” କାର୍ଯ୍ୟକ୍ରମ ଆଜି ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଉଦଯାପିତ ହୋଇଯାଇଛି। ତେବେ ଗତ କାଲି ପଞ୍ଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଏବଂ ପୂର୍ତ୍ତ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଅତିଥି ରୂପେ ଯୋଗଦାନ କରିଥଲେ । ପ୍ରଥମେ ଦୁଇ ମନ୍ତ୍ରୀ ଙ୍କୁ ଭବ୍ୟ ସ୍ଵାଗତ ପରେ ମୋହନ ସୁବୁଦ୍ଧି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ। ପ୍ୟାରେତ୍ ମାଧ୍ୟମ ରେ ଦୁଇ ମନ୍ତ୍ରୀ ଙ୍କୁ ସଭାମଞ୍ଚ ଙ୍କୁ ଆମନ୍ତ୍ରଣ କରାଯାଇଥିଲା । ତାଙ୍କ ସହ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହିଥିଲେ । ଆଜି କାର୍ଯ୍ୟକ୍ରମ ର ଶେଷ ଦିବସରେ ମୁଖ୍ୟ ଅତିଥି ରୂପେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହିଥିଲେ । ତାଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ବ୍ଳକ୍ ଅଧକ୍ଷ ରଘୂପତି ମହାନ୍ତି, ବ୍ଲକ ଉପାଧ୍ୟାକ୍ଷା ସ୍ଵର୍ଣଲତା ବେହେରା, ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ଶୁଚିଶ୍ମିତା ମହାନ୍ତିଙ୍କ ସମେତ କଲେଜ୍ ର ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅବସରରେ ଉତ୍କଳ ସଙ୍ଗୀନଗାନ ସହିତ , ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *