କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଝଡ଼େଶ୍ୱରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଅଧ୍ୟକ୍ଷ ପ୍ରାଧ୍ୟପକ ବରଦା ପ୍ରସାଦ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜଗନ୍ନାଥ ସଂସ୍କୃତି ର ଗବେଷକ ଜ୍ଞାନ ରଞ୍ଜନ ବିଶାରଦ ଛାତ୍ର ଛାତ୍ରୀ ଙ୍କୁ ଜଗନ୍ନାଥ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଜ୍ଞାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ପ୍ରାଥନା ଚାନେଲ ରେ ପ୍ରସାରିତ ଜ୍ଞାନ ଗୁରୁ ର ବିଜେତା ସଂସ୍କୃତି ପ୍ରେମୀ ବିକ୍ରମ କେଶରୀ ନାଥ ଶିକ୍ଷାର୍ଥୀ ମାନଙ୍କୁ ସୃଜନଶିଳତା ର ପ୍ରତିଭା ସମ୍ପର୍କ ରେ ଆଲୋକପାତ କରିଥିଲେ l ଅଧ୍ୟାପକ ଉତ୍ତମ କୁମାର ନାୟକ କାଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଅଧ୍ୟାପକ ଗୌତମ ରାଉତ, ଗୁରୁପ୍ରସାଦ ପରିଡା, ଜଗବନ୍ଧୁ ମଲିକ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ଅଧ୍ୟାପିକା କ୍ରିଷ୍ଟା ରାଣୀ କଳା ଧନ୍ୟବାଦ ପ୍ରଦାନ କରିଥିଲେ l
ଝଡ଼େଶ୍ୱରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ !!!

