ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା – ନିଆରା ଢଙ୍ଗ ରେ ନେତାଜୀ ଙ୍କୁ ଶ୍ରଦ୍ଧା ସୁମନ ! ମହାବିଦ୍ୟାଳୟ ପରିସରରେ ନେତାଜୀ ଙ୍କ ନୂତନ ପ୍ରତିମୂର୍ତ୍ତି ଉନ୍ମୋଚିତ ! କଟକ ଜିଲ୍ଲା ର ବାଙ୍କୀ ସହର ର ପ୍ରତ୍ୟକ ଟି ଶିକ୍ଷାନୁଷ୍ଠାନ ଗୁଡିକରେ ପାଳିତ ହୋଇଯାଇଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୮ ତମ ଜୟନ୍ତୀ ! ଅନ୍ୟପଟେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ମହାପୁରୁଷ ମାନଙ୍କୁ ଅନୁଧ୍ୟାନ କରି ବିଭିନ୍ନ ବେଶ ରେ ଛାତ୍ର ଛାତ୍ରୀ ମାନଙ୍କୁ ସୁସଜିତ କରାଯାଇ ନିଆରା ଢଙ୍ଗ ରେ ବାଙ୍କୀ ସହର ମଧ୍ୟରେ ରେ ନଗର ପରିକ୍ରମା ର ବ୍ୟବସ୍ଥା ରହିଥିଲା ! ଯାହା ପ୍ରତ୍ୟକ ଟି ସହରାଞ୍ଚଳ ବାସୀଙ୍କୁ ଙ୍କୁ ଆକର୍ଷିତ କରିଥିଲା ! ଅପର ପଟେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନେତାଜୀଙ୍କ ନୂତନ ପ୍ରତିମୂର୍ତ୍ତି କଲେଜ କର୍ତ୍ତୃପକ୍ଷ ଓ ପୁରାତନ ଛାତ୍ର ଟଙ୍କଧର ବେହେରା ଦ୍ୱାରା ଉନ୍ମୋଚିତ ହୋଇଯାଇଛି ! ବିଗତ ଦିନରେ ନେତାଜୀଙ୍କ ନୂତନ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୁରାତନ ଛାତ୍ର ସଂସଦ ପକ୍ଷରୁ ଦାବି ହୋଇଆସୁଥିଲା ! ଯାହା ଆଜି ସଫଳତାର ସହିତ ଉନ୍ମୋଚିତ ହୋଇଯାଇଛି ବୋଲି କଲେଜ ଅଧକ୍ଷ ଭବାନୀ ଶଙ୍କର ହୋତା କହିଛନ୍ତି ! ଏହା ଆଗାମୀ ପିଢ଼ି ଓ ଏବେକାର ଛାତ୍ର ଛାତ୍ରୀ ଙ୍କ ପାଇଁ ପ୍ରେରଣା ଆଣିଦେବ ବୋଲି କହିଛନ୍ତି ଇତିହାସ ବିଭାଗ ର ମୁଖ୍ୟ ଅଧ୍ୟାପକ ଯୋଗିନାଥ ମଲ୍ଲିକ !
ନିଆରା ଢଙ୍ଗ ରେ ନେତାଜୀ ଙ୍କୁ ଶ୍ରଦ୍ଧା ସୁମନ !!!

