ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଟିଏ ପରେ ଗୋଟିଏ ଫଳକ ଭାଙ୍ଗି ଚାଲିଛନ୍ତି ଦୁର୍ବୃତ୍ତ । ପ୍ରଶାସନ ସାଜିଛି ନିରବଦ୍ରଷ୍ଟା । ଫଳକ ଭାଙ୍ଗି କଣ ଲାଭ ପାଉଛନ୍ତି ସ୍ଥାନୀୟ ଅଞ୍ଚଳରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଚି । ସୂଚନା ଥାଉ କି ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତ ସ୍ଥିତ ମଙ୍ଗଳବାର ବିଳମ୍ବିତ ରାତ୍ର ସମୟରେ ଫଳକ ଭାଙ୍ଗି ଦେଉଥିବା ନେଇ ନାଚୁଣୀ ଥାନାରେ ଦେଓଗାଁ ଗ୍ରାମର ଦୁଇ ବ୍ୟକ୍ତି ଏକ ଲିଖିତ ଅଭିଯୋଗ କରିଛନ୍ତି । ଫଳକ ଭଙ୍ଗା ଘଟଣା ଆଗରୁ ଅନେକଥର ଘଟିଥିଲେ ମଧ୍ୟ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ତରଫରୁ କାହିଁକି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ସୂଚନା ଥାଉ କି ମଧ୍ୟ ରାତ୍ରରେ ପଥରା ପାହାଡ଼ ତଳେ ମଙ୍ଗଳା ମନ୍ଦିର ପୀଠରେ କିଛି ଯୁବକ ଭୋଜି କରିଥିଲେ । ଯାହାକି ସେହି ଯୁବକ ମାନେ ନାମ ଫଳକ ଭାଙ୍ଗି ଥିବେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ପଞ୍ଚାୟତକୁ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଆସିଥିବା ବିକାଶ କାର୍ଯ୍ୟର ପ୍ରଥମେ ସୂଚନା ଫଳକ ଦ୍ଵାରା ଜନସାଧାରଣଙ୍କୁ ଅବଗତ କରାଯାଇଥାଏ। ଫଳକ ଲାଗିବାର ଦୁଇଦିନ ନ ପୁରୁଣୁ ତାହା ମାଟିରେ ଲେଉଟିଥିବା ଦେଖିବାକୁ ମିଳୁଛି । ଫଳକ କେଉଁମାନେ ଭାଙ୍ଗୁଛନ୍ତି, କାହିଁକି ଭାଙ୍ଗୁଛନ୍ତି ଏବଂ ସରକାରୀ ସମ୍ପତ୍ତିକୁ ନଷ୍ଟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଧାରଣରେ ଦାବି ଉଠିଛି ।