ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶିମିଳିପୁର – ହରିରାଜପୁର ଜାଗର ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ! ଚଳିତ ବର୍ଷ ୨୦୨୪ ପାଇଁ ଡମପଡା ବ୍ଲକ ଅନ୍ତର୍ଗତ ଶିମିଳିପୁର, ହରିରାଜପୁର ର ମଳିତ ଉଦ୍ୟମରେ ଆୟୋଜିତ ଜାଗର ମହୋତ୍ସବ ନିମନ୍ତେ ଶିମିଳିପୁର ସ୍ଥିତ ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜାଗର କମିଟି ର ସଭାପତି ଦେବୀଦତ୍ତ ବିଭୂତିରାୟଙ୍କ ସଭାପତିତ୍ୱ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳିତ ବର୍ଷ ଜାଗର ମହୋତ୍ସବ କୁ କିପରି ସରସ ସୁନ୍ଦର କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଏବଂ କମିଟି ର ସକ୍ରିୟ ସଭ୍ୟ ମାନେ ଏହାକୁ କିପରି ସୁଚାରୁ ରୂପେ ପାଳନ କରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ! ସର୍ବପରେ ବାବା ସିଦ୍ଧେଶ୍ୱର ଙ୍କ ପିଠରୁ ଜୌତି ଯାତ୍ରା ରେ ଉଭୟ ଗ୍ରାମର ଆବାଳ ବୃଦ୍ଧବନିତା ସାମିଲ ହୋଇ ଏହି ଯାତ୍ରା କୁ ସଫଳ ରୂପାୟନ ଦେବେ ସେଥିପାଇଁ ସମ୍ପାଦକ ସୁବୋଧ ସାମଲ ଅନୁରୋଧ କରିଥିଲେ । ଏହି ବୈଠକରେ ସମସ୍ତ ସଭ୍ୟ ଅଂଶ ଗ୍ରହଣ କରି ନିଜ ନିଜର ମତ ଦେଇଥିଲେ । ଏବଂ ଶେଷରେ କମିଟି ର ଉପ ସଭାପତି ବିଭୁ ପ୍ରସାଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
ଶିମିଳିପୁର – ହରିରାଜପୁର ଜାଗର ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ !!!

