ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ବାଇପାସ ନିକଟରେ ଶନିବାର ଏକ ଯାତ୍ରୀବାହି ବସ୍ କୁ ଧକ୍କା ଦେଲା ମାଲବାହୀ ଟ୍ରକ୍ । ୩ ଜଣ ଗୁରୁତର । ସୂଚନା ମୁତାବକ ନମସ୍କାର ନାମକ ଏକ ଯାତ୍ରୀବାହୀ ବସଟି ଆସ୍କାରୁ ୪୦ ରୁ ଅଧିକ ଯାତ୍ରୀ ଙ୍କୁ ନେଇ ଭୁବନେଶ୍ଵର ଅଭିମୁଖେ ଯାଉଥିବା ବେଳେ ବାଲୁଗାଁ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ବାଇପାସ ନିକଟରେ ଏକ ମାଲବାହୀ ଟ୍ରକ୍ , ବସ ଟିର ପଛ ପଟକୁ ଶକ୍ତ ଧକ୍କା ଦେଇଥିଲା ! ଯାହା ଫଳରେ ଯାତ୍ରୀବାହୀ ବସଟି ରାସ୍ତା କଡକୁ ଓଲଟି ପଡି ଯାଇ ରାସ୍ତା କଡ଼ରେ ଥିବା ଏକ ଖଜୁରୀ ଗଛରେ ଲାଗି ଓହୋଳି ରହିଥିଲା । ଦୁର୍ଘଟଣା ର ଶିକାର ହୋଇ ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ଅଗ୍ନିଶମ ବାହିନୀ ଓ ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ସହ ଆହାତ ଯାତ୍ରୀଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ୍ ଯୋଗେ ପଠାଇଦେଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।।
ସୁବୁଦ୍ଧିପାଟଣା ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ : ୩ ଗୁରୁତର !!!

