ବିଶ୍ରାମଗାରକୁ ଫେରାଇବା ଓ ଗଛ କାଟିବା ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ବଜାର କମିଟି ର ବିକ୍ଷୋଭ । ବିଶ୍ରାମଗାରକୁ ଫେରାଇବା ଓ ଗଛ କାଟିବା ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ | ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗଣ୍ଡିକିପୁର ପଞ୍ଚାୟତ ମାଳହୁଙ୍କା ବଜାର ପାଖରେ ଘଟିଛି ଏଭଳି ଘଟଣା | ଏହି ବଜାର ରେ ଥିବା ଏକ ବିଶ୍ରାମଗାର କୁ ଚଞ୍ଚକତା କରି କିଛି ପ୍ରସାଶନିକ ଅଧିକାରୀ ନେଇ ଯାଇ ଏହାକୁ ଏକ ଦୋକାନ ଘରରେ ପରିଣତ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ | ଏକ ବ୍ୟାଙ୍କ ଏହାକୁ ଲୋକଙ୍କ ସେବାରେ ଲାଗିବାକୁ ନିର୍ମାଣ କରିଥିବା ବେଳେ କେବଳ ଏଥିରେ କାନ୍ଥ ଓ ସଟର ଲଗାଇ ନିର୍ଦ୍ଦିଷ୍ଟ କେତେକ ବ୍ଲକର ଅଧିକାରୀ ମାନେ ଏହାକୁ ଏକ ଦୋକାନ ଘର ରେ ପରିଣତ କରି ସାରିଲେଣି | ଲୋକ ମାନେ ଆସି ବସ ଷ୍ଟାଣ୍ଡ ପାଖରେ ଖରା ବର୍ଷା ଶୀତ କାକର ରେ ଅପେକ୍ଷା କରୁଛନ୍ତି | ସେହିପରି ଷ୍ଟାଣ୍ଡ ନିର୍ମାଣ ଆଳରେ ବହୁଦିନରୁ ଥିବା ଏକ ବିଶାଳ ଗଛ କୁ ମଧ୍ଯ କାଟିବା ଆରମ୍ଭ କରାଯାଉଛି | ଗଛ ଛାଇ ରେ ବାଟୋଇ ମାନେ ବିଶ୍ରାମ ନେଉଥିବା ବେଳେ ଏହାକୁ କରିବାରୁ ବାରଣ କରିଛନ୍ତି ସ୍ତାନୀୟ ଲୋକ | ଗଛ କାଟିବା ବନ୍ଦ କରିବା ସହ ଆମ ବିଶ୍ରାମଗାର ନଫେରାଇଲେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ |

Leave a Reply

Your email address will not be published. Required fields are marked *