ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଗ୍ରାମର ସମସ୍ୟା ଉପରେ ହୋଇଥିବା ଆଲୋଚନାକୁ ନେଇ ପ୍ରସାରିତ ଖବରକୁ ବିରୋଧ କଲେ ଗ୍ରାମବାସୀ ! ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ବିରୋଧରେ ହୋଇଥିବା ମିଥ୍ୟା ଅପପ୍ରଚାରକୁ ଦୃଢ଼ ବିରୋଧ କରି କଡା ଜବାବ ଦେଇଛନ୍ତି ବଡମ୍ବା ବ୍ଲକ କରଡ଼ିବନ୍ଧ ଗ୍ରାମ ପଞ୍ଚାୟତର ନୂଆ କେଶାବେରେଣୀ ଗ୍ରାମବାସୀ | ଗତ 4 ତାରିଖ ଘଟଣା ଏକ ସଚେତନତା କାର୍ଯ୍ୟକ୍ରମରେ ନୂଆ କେଶବେରେଣି ଗ୍ରାମକୁ ଯାଇଥିଲେ ବିଧାୟକ ଶ୍ରୀ ମିଶ୍ର | ପାନୀୟ ଜଳର ସାମୟିକ ସମସ୍ୟା ସମ୍ପର୍କରେ ଜନସାଧାରଣ ବିଧାୟକଙ୍କ ସହ ଆଲୋଚନା କରିଥିଲେ, କିନ୍ତୁ ଏହାକୁ ଅପପ୍ରଚାର କରାଯାଇଥିଲା ଯେ, ବିଧାୟକଙ୍କୁ ଗ୍ରାମବାସୀ ବିରୋଧ କଲେ | ଏଭଳି ଭିତ୍ତିହୀନ ଖବରକୁ ନେଇ ନୂଆ କେଶାବେରେଣୀ ଗ୍ରାମର ସଚେତନ ନାଗରିକ ଦୃଢ଼ ନିନ୍ଦା କରିବା ସହ ଏହାର କଡା ଜବାବ ଦେଇଛନ୍ତି !
ଗ୍ରାମର ସମସ୍ୟା ଉପରେ ହୋଇଥିବା ଆଲୋଚନାକୁ ନେଇ ପ୍ରସାରିତ ଖବରକୁ ବିରୋଧ କଲେ ଗ୍ରାମବାସୀ !!!

