ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜଙ୍କ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉଛବ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ଦାଶ, ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, ପୁରାତନ ଛାତ୍ର ଶ୍ରୀଯୁକ୍ତ ରାଜନ୍ ପାଢ଼ୀ ଓ ଅନ୍ୟାନ୍ୟ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟକୁ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ୱାଇ ଧର୍ମା ରାଓ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ଶ୍ରୀ ୱାଈ ଧର୍ମା ରାଓ ୨୦୨୩-୨୪ ଶିକ୍ଷା ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ।ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ଶିକ୍ଷକ ଡଃ ବୃଷକେତୁ ଦାଶ ଛାତ୍ରମାନଙ୍କୁ ବିଦ୍ୟାଳୟରେ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ଗୁରୁତ୍ୱାରୋପ କରିଥିଲେ। ପାରଳାଖେମୁଣ୍ଡି ପୌର ପରିଷଦର ୧୪ ନମ୍ବର୍ ୱାର୍ଡ କାଉନସିଲର ଶ୍ରୀମତୀ ଜ୍ୟୋତିର୍ମୟୀ ଦାଶ ଛାତ୍ରମାନଙ୍କୁ ନିର୍ଭୀକ ତଥା ସତ୍ୟବାଦୀ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ। ପାରଳା ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ ଛାତ୍ରମାନଙ୍କୁ ଭଲ ମଣିଷ ହୋଇ ମାଆ ଓ ମାଟିର ସେବା କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ପାଇଁ ପୋଷଣ କରିବା ପାଇଁ କହିଥିଲେ।ପୁରାତନ ଛାତ୍ର ସଂସଦର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ଛାତ୍ରମାନଙ୍କୁ ଆଗାମୀ ପରୀକ୍ଷାରେ ସଫଳତା ହାସଲ କରିବା ସହ ବିଦ୍ୟାଳୟର ଟେକ ରଖିବା ପାଇଁ ନିଜର ଅଭିଭାଷଣ ରଖିଥିଲେ। ପୂର୍ବତନ ଛାତ୍ର ଶ୍ରୀଯୁକ୍ତ ରାଜନ୍ ପାଢ଼ୀ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ଛାତ୍ର ମାନଙ୍କ ପାଇଁ ୧୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ପରେ ପରେ ପୁରସ୍କାର ବିତରଣ ପର୍ବରେ କୃତି ଛାତ୍ରମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କନିଷ୍ଠ ବର୍ଗରେ ଅଷ୍ଟମ ଶ୍ରେଣୀର ଶ୍ରୀ ଜଗନ ବେଣିଆ ଓ ବରିଷ୍ଠ ବର୍ଗରେ ଶ୍ରୀ ଗଣପତି ଭୂୟାଁ ଚାମ୍ପିଅନ ଆଖ୍ୟା ପାଇଥିଲେ। ବିଭିନ୍ନ ପୁରାତନ ଛାତ୍ରମାନଙ୍କ ଦ୍ଵାରା ପ୍ରଦତ୍ତ ହୋଇଥିବା। କୃତି ପୁରସ୍କାର ଅର୍ଥ ରାଶି କୃତି ଛାତ୍ରମାନଙ୍କୁ ଦିଆ ଯାଇଥିଲା। ଛାତ୍ରମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚୌଧୁରୀ, ଶ୍ରୀଯୁକ୍ତ ତାରା ପ୍ରସାଦ ପାଢ଼ୀ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ , ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ଇତ୍ୟାଦି ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ସହଯୋଗ ଓ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *