ଦୀର୍ଘ ପନ୍ଦର ବର୍ଷ ହେଲା ନ୍ୟାୟ ପାଇବା ପାଇଁ ଚାଲିଛି ଲଢେଇ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦୀର୍ଘ ପନ୍ଦର ବର୍ଷ ହେଲା ନ୍ୟାୟ ପାଇବା ପାଇଁ ଚାଲିଛି ଲଢେଇ ! ପୁରୀ ଜିଲ୍ଲା ପ୍ରଶାସନ ର ମନମୁଖୀ କାମ ବିରୋଧରେ ଏକାକୀ ଲଢ଼ୁଛନ୍ତି କାକଟପୁର ଅଂଚଳର ବାମଦେବ ବେହେରା ! ରାଜ୍ୟର ପ୍ରାୟତଃ ଶୀର୍ଷ ପଦାଧିକାରୀ , ଖୋଦ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ନିଜର ଗୁହାରୀ ଜଣାଇବା ପରେ ମଧ୍ୟ , ହକ ନପାଇବାରୁ ବାଧ୍ୟହୋଇ ବସି ରହିଛନ୍ତି ଧାରଣାରେ ! ଲୋୟର ପିଏମଜି ଗାନ୍ଧୀମାର୍ଗ ଧାରଣାସ୍ଥଳୀରେ ଚାରି ମାସ ହେଲା ବସି ରହିଛନ୍ତି ! ସମୟ ଗଡି ଚାଲିଛି , ହେଲେ ହୋଇ ନାହାନ୍ତି ନିରାଶ ! ବହୁ ଅଧିକାରୀ ଙ୍କର ନକାରାତ୍ମକ କଥା ଶୁଣି ମଧ୍ୟ ଭାଙ୍ଗିନି ବାମଦେବଙ୍କ ଦମ୍ଭ ! ନ୍ୟାୟ ପାଇବା ପାଇଁ ନିଜ ଜିଦ ରେ ଅଟଳ ରହିବେ ବୋଲି ଦୃଢତାର ସହ ପ୍ରକାଶ କରିଛନ୍ତି !

 

Leave a Reply

Your email address will not be published. Required fields are marked *