ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଦିବ୍ୟାଙ୍ଗ ଝିଲି ନାୟକ ଙ୍କୁ ମିଳିଲା ସରକାର ଙ୍କ ତରଫାରୁ ଟ୍ରାଇ ସାଇକେଲ । ରାଜ୍ୟ ସରକାର ଙ୍କ ତରଫରୁ ବିଭିନ୍ନ ପଞ୍ଚାୟତ ଗୁଡ଼ିକ ରେ ଜନ ସଚେତନତା ଶିବିର ଅନୁଷ୍ଠିତ ହେଉଅଛି । ତେବେ ବଡ଼ମ୍ବା ବ୍ଳକ୍ ଜାନିସାହି ପଂଚାୟତ ଜନ ସଚେତନତା ଶିବିର ଚାଲିଥିବା ବେଳେ , ଜାନିସାହି ସରପଞ୍ଚ ରଜନୀ ଜେନା ଭିନ୍ନକ୍ଷମ ଝିଲି ନାୟକ ଙ୍କୁ ଟ୍ରାଇ ସାଇକେଲ ଦେବା ପାଇଁ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ବିଡ଼ିଓ ରମେଶ କୁମାର ଜେନା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୧୦ ଦିନରେ ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଧାୟକ । ତେବେ ଆଜି ଭିନ୍ନକ୍ଷମ ଝିଲି ନାୟକ ଙ୍କୁ ବ୍ଳକ୍ ଅଧକ୍ଷ ରଘୂପତି ମହାନ୍ତି ବ୍ଳକ୍ ପରିସରରେ ଟ୍ରାଇ ସାଇକେଲ ପ୍ରଦାନ କହିଛନ୍ତି । ଏପରିକି ଦିବ୍ୟାଙ୍ଗ ଝିଲୀ ଙ୍କ ପାଇଁ ଯାହା ସବୁ ସରକାରୀ ସ୍ତରରେ ସୁବିଧା ରହିଛି ତାହା ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ କହିଛନ୍ତି ।
ଦିବ୍ୟାଙ୍ଗ ଝିଲି ନାୟକ ଙ୍କୁ ମିଳିଲା ସରକାର ଙ୍କ ତରଫରୁ ଟ୍ରାଇ ସାଇକେଲ !!!

