ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ବାଉଁଶପୁଟ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଙ୍କ ଗାଁ ଚଲୋ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ରେ ପଞ୍ଚାୟତ ର ପ୍ରାୟ ୫ ଶହ ରୁ ଉର୍ଦ୍ଧ ବିଜେପି କର୍ମୀ ଯୋଗ ଦେଇଥିଲେ । ପଞ୍ଚାୟତ ର ମଧୁବନ ଗ୍ରାମର ରାଧାମୋହନ ମନ୍ଦିର ଠାରେ ପୂଜାର୍ଚନା କରି ଗାଁ ଚଲୋ ଯାତ୍ରା ବାହାରିଥିଲା । ଏହି କାର୍ଯ୍ୟକ୍ରମ ରେ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବାଉଁଶପୁଟ ପଞ୍ଚାୟତ ର ବହୁ ମହିଳା ଯୋଗ ଦେଇଥିଲେ । ମଧୁବନ ପରେ ଢ଼େଗୁଆ, ଖଜୁରୀପଦା ଏବଂ ବାଉଁଶପୁଟ ଗ୍ରାମର ଘରକୁ ଘର ବୁଲି ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ଶାସନ ଉପରେ ସାଧାରଣ ଲୋକଙ୍କୁ ଏକ ପୃଷ୍ଠା ସମ୍ବଳିତ ଲିଫଲେଟ ଦେଇ ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟ କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଆଇନଜୀବୀ ଦେବାଶିଷ ମାନସିଂହ, ସରୋଜ କୁମାର ମତଗଜସିଂ, ଜୟନ୍ତ କୁମାର ବେଉରା, ପ୍ରମୋଦ ବିଶୋଇ, ଜଗନ୍ନାଥ ପରିଡା ଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।
ବାଉଁଶପୁଟ ପଞ୍ଚାୟତରେ ବିଜେପି ର ଗାଁ ଚଲୋ ଅଭିଯାନ !!!

