ସଡ଼କ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନାଚୁଣୀ ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା କଉଡିଆ ଛକ ପେଟ୍ରୋଲ ପମ୍ପ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ମହିଳା ଜଣକ ହେଲେ କୁମାଣ୍ଡଳ ଗ୍ରାମର ୩୯ ବର୍ଷ ବୟସ୍କା ଦମୟନ୍ତୀ ପ୍ରଧାନ I ସୂଚନା ମୁତାବକ ଦମୟନ୍ତୀ ନିଜ ବାପ ଘର ଆୟତପୁର ପଞ୍ଚାୟତ ବେଲଡିହ ଗ୍ରାମରୁ ସମ୍ପର୍କୀୟ ପୁତୁରା ସହିତ ଏକ ବାଇକ ରେ କୁମାଣ୍ଡଳ ଯାଉଥିବା ସମୟରେ ପେଟ୍ରୋଲ ପମ୍ପ ଠାରେ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା ! ଯାହା ଫଳରେ ସେଠାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା I ସୂଚନା ପାଇ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଗମ୍ଭାରୀମୁଣ୍ଡା ବିଟ ହାଉସ ଉପ ନିରୀକ୍ଷକ କେଶବ ଚନ୍ଦ୍ର ବେହେରା ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟେଇ ଥିବା ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି I

Leave a Reply

Your email address will not be published. Required fields are marked *