ବର୍ଦ୍ଧିତ ପାରିଶ୍ରମିକ ଘୋଷଣା ପରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲା ଓଡ଼ିଶା 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ବର୍ଦ୍ଧିତ ପାରିଶ୍ରମିକ ଘୋଷଣା ପରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲା ଓଡ଼ିଶା 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ । ଦୀର୍ଘ ବର୍ଷ ଧରି ନିଜର ଦାବୀ ପୂରଣ ପାଇଁ ଆନ୍ଦୋଳନ ଚଳାଇଥିବା ସଂଘର ସଦସ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଠିକା ନେଇଥିବା ସଂସ୍ଥାର ମନମୁଖୀ କାରବାର ଉପରେ ପ୍ରଶାସନ ରୋକ୍ ଲଗାଇବା ପାଇଁ ଦାବୀ ମଧ୍ୟ ହୋଇଛି । ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ , ରୋଗୀ ସେବାରେ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଅଟେ । ଗାଡ଼ି ଚାଳକ ଏବଂ ସହାୟକ ମାନଙ୍କର ମୌଳିକ ଦାବୀ ପୂରଣ ହେଲେ ସେବା କ୍ଷେତ୍ରରେ ସେମାନେ ଅଧିକ କ୍ରିୟାଶୀଳ ହେବେ ସମସ୍ତେ । ଆଗାମୀ ଦିନରେ ଅନ୍ୟ ଦାବୀ ଉପରେ ସରକାର ବିଚାର କରିବେ ବୋଲି ସଂଘର ସଦସ୍ୟ ଆଶା ପୋଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *