ଅଗ୍ରଣୀ ମାସିକ ପତ୍ରିକା ସୌଦାମିନୀ ର ଷଷ୍ଠ ସଂସ୍କରଣ ପାଇଁ କଭର ପୃଷ୍ଠା ଉନ୍ମୋଚିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଗ୍ରଣୀ ମାସିକ ପତ୍ରିକା ସୌଦାମିନୀ ର ଷଷ୍ଠ ସଂସ୍କରଣ ପାଇଁ କଭର ପୃଷ୍ଠା ଉନ୍ମୋଚିତ ! ଓଡ଼ିଆ ଅଗ୍ରଣୀ ମାସିକ ପତ୍ରିକା ସୌଦାମିନୀ ର ଷଷ୍ଠ ସଂସ୍କରଣ ପାଇଁ କଭର ପୃଷ୍ଠା ଉନ୍ମୋଚନ ହୋଇଯାଇଛି । ଏଥିରେ ଲେଖକ ତଥା ସମାଜସେବୀ ରବିନାରାୟଣ ପଟ୍ଟନାୟକ ଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର ସ୍ଥାନ ପାଇଛି । ଏହି ସଂସ୍କରଣ ଆଗାମୀ ମାସ ୫ ତାରିଖରେ ପ୍ରକାଶିତ ହେବ । ସୌଦାମିନୀ ପତ୍ରିକାର ଷଷ୍ଠ ସଂସ୍କରଣ ରେ ବିଭିନ୍ନ ଲେଖକ ଙ୍କ ଦ୍ଵାରା କାହାଣୀ କବିତା ସହିତ ବିଶିଷ୍ଟ ପରିଚୟ ଓ ରବିନାରାୟଣ ପଟ୍ଟନାୟକ ଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର ସ୍ଥାନ ପାଇଛି ! ଯେଉଁଥିରେ ଶ୍ରୀ ପଟ୍ଟନାୟକ ଙ୍କ ବିଷୟରେ ବହୁତ ଅଜଣା କଥା ଏହା ଦ୍ବାରା ପ୍ରକାଶ ପାଇଛି । ପ୍ରକାଶ ଥାଉକି ସୌଦାମିନୀ ପତ୍ରିକାର ସମ୍ପାଦିକା ହେଉଛନ୍ତି ସୋନାଲି ଗଡ଼ନାୟକ । ଏହି ସଂସ୍କରଣ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *