ରାଜସ୍ବ ନିରୀକ୍ଷକଙ୍କ 6 ଦଫା ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବେ କଲମ ଛାଡ ଆନ୍ଦୋଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ତହସିଲ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଶାଖା ପକ୍ଷରୁ 6 ଦଫା ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବେ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ଜିଲ୍ଲାର ସମସ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟରତ ଥାଇ କଲମ ଛାଡ ଆନ୍ଦୋଳନ କରିଥିବା ପ୍ରକାଶ କରିଛନ୍ତି । ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଚାଲିବ ବୋଲି ସଂଘର ସଭାପତି ନିରଞ୍ଜନ ସ୍ବାଇଁ ଓ ସଂଘର ସମ୍ପାଦକ କୃଷ୍ଣ ବିଶ୍ଵାଳ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *