ସଡ଼କ ଦୁର୍ଘଟଣାରେ ବାପ ଓ ପୁଅ ମୃତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ ବ୍ଲକ ରାଧାକାନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଚକପଦା ନିକଟସ୍ଥ ଢାଵା ନିକଟରେ ଆଜି ସକାଳେ ଏକ ବୁଲେଟ ଓ କାର ମଧ୍ୟରେ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟିଥିଲା । ଏଥିରେ ବୋଲଗଡ଼ ଅଞ୍ଚଳର ମଧୁସୂଦନ ଦାସ ଓ ଦାଶରଥି ଦାସ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ଏ ନେଇ ସ୍ଥାନୀୟ ଲୋକ ମାନେ ଖବର ଦେବାରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରୁ ବାପ ଓ ପୁଅ ଉଭୟଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ . କାର ର ଚାଳକକୁ ପୋଲିସ ଅଟକ ରଖିଛି । ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିବାର ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥିଙ୍କ ଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *