ଠିକାଦାରଙ୍କ ମନମୁଖୀ କାମ : ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ !!!

0
196
Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାସ୍ତା ନିର୍ମାଣ କାର୍ଯ୍ୟରେ ଆସିଲା ଅନିୟମିତତା ଅଭିଯୋଗ , ଠିକାଦାର ଚଳାଇଛନ୍ତି ମନମୁଖୀ କାର୍ଯ୍ୟ , ବାଟମାରଣା ହେଉଛି ଲକ୍ଷ ଲକ୍ଷ ଟଙ୍କା ! ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବିଶ୍ୱନାଥପୁର ଗ୍ରାମରୁ ଦଲକୀ ଗ୍ରାମକୁ 1 କୋଟି 28 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେଉଥିବା କଂକ୍ରିଟ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି !

କାମ ନେଇଥିବା ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟରେ ସାଇଡ ଫିଲିଙ୍ଗ ପାଇଁ ମୋରମ ମାଟି ବଦଳରେ ବେଆଇନ ଭାବେ ବ୍ୟବହାର କରିଛନ୍ତି ବିଲ ମାଟି , ଯାହାଫଳରେ ରାସ୍ତା ରେ ଉଡୁଛି ପ୍ରବଳ ଧୂଳି ! ଅନ୍ୟପଟରେ ରାସ୍ତା ନିର୍ମାଣ କାର୍ଯ୍ୟ ରେ ସିମେଣ୍ଟ ଚିପ୍ସ ଭାଗ କମ ଦିଆ ଯାଇଥିବାରୁ ରାସ୍ତା କାମ ସମ୍ପୂର୍ଣ ନହେଉଣୁ ଅନେକ ସ୍ଥାନରେ ରାସ୍ତାଟି ଫାଟିବାକୁ ଆରମ୍ଭ କଲାଣି ! କାର୍ଯ୍ୟର ତଦାରଖ କରିବା ପାଇଁ ଆସୁ ନାହାନ୍ତି ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିମ୍ବା ଏସଡିଓ , ଯାହାଫଳ ରେ ମନମୁଖୀ କାର୍ଯ୍ୟ ଚଳେଇଛନ୍ତି ସମ୍ପୃକ୍ତ ଠିକାଦାର , ରାସ୍ତା ନିର୍ମାଣ କାର୍ଯ୍ୟ ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି !!

LEAVE A REPLY

Please enter your comment!
Please enter your name here