ବାଲୁଗାଁ କଲେଜ : ମନ ପ୍ରାଣ ଶରୀରରେ ନୈତିକତା ପ୍ରତିଫଳିତ ହେବା ଆବଶ୍ୟକ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆୟୋଜିତ ” ପ୍ରୟୋଗlତ୍ମକ ନୈତିକତାର ଦୃଷ୍ଟିଭଙ୍ଗୀ “ଶୀର୍ଷକ ଏକ ଦିବସୀୟ ଜାତୀୟ ସେମିନାର ମଙ୍ଗଳବାର ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଜାତୀୟ ସମ୍ପାନର ସଭାପତି ଡକ୍ଟର ଜୟନ୍ତୀ ସାମଲ ଓ ମୁଖ୍ୟ ଅତିଥି ତଥା ଆଲ୍ଲାହାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସୂର୍ଯ୍ୟକାନ୍ତ ମହାରଣା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ ପରେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲା l ଡକ୍ଟର ଜୟନ୍ତୀ ସାମଲ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ପରେ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସମ୍ପାନର ବିଷୟ ସମ୍ପର୍କିତ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ l ମୁଖ୍ୟ ଅତିଥି ଭାବେ ପ୍ରଫେସର ସୂର୍ଯ୍ୟକାନ୍ତ ମହାରଣା କହିଲେ ଯେ ଦର୍ଶନ ଶାସ୍ତ୍ର ଆଜି କେବଳ ତତ୍ତ୍ୱ ହୋଇ ରହିନାହିଁ,ଏହା ମନୁଷ୍ୟଜୀବନର ବିଭିନ୍ନ ମୌଳିକ ସମସ୍ୟାର ବିଶ୍ଳେଷଣ କରିବା ସହ ସମସ୍ୟାର ସମାଧାନ ଓ ସୈଦ୍ଧାନ୍ତିକ ନିଷ୍ପତ୍ତି ନେବାରେ ସହାୟକ ହୋଇପାରୁଛି l ଚରିତ୍ର ଓ ଆଚରଣ ରେ ସମନ୍ୱୟ ସୃଷ୍ଟି ହୋଇପାରିଲେ ଜଣେ ଯଥାର୍ଥ ମନୁଷ୍ୟ ଭାବେ ନିଜକୁ ପ୍ରତିପାଦିତ କରିପାରିବ l ଏଥିସହ ପ୍ରଫେସର ମହାରଣା ପ୍ରୟୋଗାତ୍ମକ ନୀତିଶାସ୍ତ୍ର ଅନ୍ତର୍ଭୁକ୍ତ ପରିବେଶ ଚିନ୍ତନ, ଇଛାମୃତ୍ୟୁ, ଗର୍ଭପାତ, ଡାକ୍ତର- ରୋଗୀ ନୈତିକ ସମ୍ପର୍କ,ବ୍ୟବସାୟିକ ନୈତିକତା, ଗଣ ମାଧ୍ୟମ ନୈତିକତାର ଗଭୀର ଚିନ୍ତନ ଉପସ୍ଥାପନ କରିଥିଲେ l ଏହାପରେ ଛାତ୍ରୀ ବର୍ଷା ବିଷୋୟୀ ଓ ଜ୍ୟୋତି ବିଶ୍ୱାସ ସମ୍ପାନ ସମ୍ପର୍କିତ ପ୍ରବନ୍ଧ ପାଠ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ଡକ୍ଟର ସାମଲ ସମ୍ବର୍ଦ୍ଧିତ କରିବା ପରେ ମୁଖ୍ୟ ଅତିଥି ପ୍ରଫେସର ମହାରଣା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ନିକଟରେ ରାଜ୍ୟ ସିଲେକ୍ସନ ବୋର୍ଡ ଦ୍ୱାରା ଅଧ୍ୟାପିକା ଭାବେ ମନୋନୀତ ହୋଇ ନିଯୁକ୍ତ ହେବାକୁ ଯାଉଥିବା ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଡକ୍ଟର ସନ୍ତୋଷ ରଥ, ଡକ୍ଟର ମୋନାଲିସା ମାନସିଂହ, ରୀନା ରାଉତ, ଶିବରାମ ସିଂ,ବିମଳ ପଣ୍ଡା, ସରସ୍ବତୀ ଦାସ ପ୍ରମୁଖ ଯୋଗ ଦେଇଥିଲେ l ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏହି ଜାତୀୟ ସମ୍ପାନକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *