ବିଜେପିର ଗାଁ କୁ ଚାଲ ସଫଳ ଅଭିଯାନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବିଜେପିର ଗାଁ କୁ ଚାଲ ସଫଳ ଅଭିଯାନର ୪୨ ମୌଜା ବିଜେପି ମଣ୍ଡଳ ପକ୍ଷରୁ ଏକ ସଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଯଶ୍ୱାସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦ ବର୍ଷ ଶାସନ ର ସଫଳତା ଓ ଗରିବ କଲ୍ୟାଣ ଯୋଜନାକୁ ନେଇ ବିଜେପିର ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ଘରେ ଘରେ ବୁଲି ଜନ ସାଧାରଣଙ୍କୁ ଜଣେଇବେ ଏବଂ ବୁଥ ସଶକ୍ତ କରିବେ ! ଏହି ବୈଠକ ରେ ୪୨ ମୋୖଜ଼ା ମଣ୍ଡଳର ସମସ୍ତ ପଦାଧିକାରୀ ଓ ଶକ୍ତି କେନ୍ଦ୍ରର ପ୍ରମୁଖ ସହ ପ୍ରମୁଖ ସହ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ! ଆଗାମୀ କାର୍ଯ୍ୟକ୍ରମ ସ୍ଥିର କରାଗଲା । ଏହି ବୈଠକରେ ସଂଯୋଜକ କଟକ ସଦର ହୃଷିକେଶ ଜେନା, ସାଧାରଣ ସମ୍ପାଦକ ଆଲୋକ ମହାନ୍ତି, ରାଜ୍ୟ ଯୁବା ମୋର୍ଚ୍ଚା ସଂଯୋଜକ କୀର୍ତି ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚାର ନିର୍ମଳ ଦାସ , ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପ୍ରଦୀପ ବେହେରା , କନ୍ଦରପୁର ମଣ୍ଡଳ ସଭାପତି ଅଭୟ ସ୍ୱାଇଁ, ବରିଷ୍ଠ ରାଜନୀତିଜ୍ଞ ଇଂ.ଅଶୋକ ବିଶ୍ୱାଳ, ରୋହିତ ସ୍ୱାଇଁ, ଜିଲ୍ଲା କୃଷକ ମୋର୍ଚ୍ଚା ମହେଶ୍ୱର ପତି, ସଂଯୋଜକ ୪୨ ମୋୖଜ଼ା ମଣ୍ଡଳ ଅଭିରାମ ଦଳାଇ, ଯୁବମୋର୍ଚ୍ଚା ସଭାପତି ପ୍ରକାଶ ସାହୁ, ଅନୁସୂଚିତ ମୋର୍ଚ୍ଚା ସଭାପତି ଗୌରୀ ଶଙ୍କର ମଲିକ, କୃଷକ ମୋର୍ଚ୍ଚା ରୁଦ୍ର କାନ୍ତ ପ୍ରଧାନ , ବିଜୟ ସାହୁ,ସତ୍ୟବ୍ରତ ବିଶ୍ୱାଳ, ବିଶ୍ୱଜିତ ମହାପାତ୍ର, ସୁବାସ ଗୋଛାୟତ, ଅଲେଖ ଦାସ,ଜୟନ୍ତ ମାଝୀ,ସଂଜୀବ ମହାପାତ୍ର, ନିରଞ୍ଜନ ସେନାପତି,ପ୍ରିୟ ରଞ୍ଜନ ଖଟୁଆ,ତାପସ ଆଚାର୍ଯ୍ୟ, ଆନନ୍ଦ ଦେବତା, ମହିଳା ମୋର୍ଚ୍ଚା ସଭାପତି ସୁମିତା ଦେବତା, ଯୁବା ମୋର୍ଚ୍ଚା ସନ୍ତୋଷ ସାହାଣୀ,କାହ୍ନl ପ୍ରମୋଦ ପତି, ଗତିନାଥ ଜେନା ପ୍ରମୁଖ ଯୋଗ ଦେଇଥିଲେ । ୪୨ ମୋୖଜ଼ା ମଣ୍ଡଳ ସଭାପତି ସମାଜସେବୀ ପିୟୁଷ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ସାଧାରଣ ସମ୍ପାଦକ ଶୁଭନ୍ୱେଷ ମହାନ୍ତି ଓ ସରୋଜ ସାସମଲ ସଭା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *