ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଘଟଣା , ଅଘଟଣ – ନେତା ନୀତି ଓ ସଭା ସମିତି ଖବର କୁ ନେଇ ବାଙ୍କୀ ର ରାଜନୈତିକ ପାଣିପାଗ ସବୁବେଳେ ଗରମା ଗରମ ! ହେଲେ ଏବେ ଯୋଉ ଖବର କୁ ନେଇ ଚର୍ଚ୍ଚା ଜୋର ଧରିଛି , ତାହା ହେଲା ବାଙ୍କୀ ର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଙ୍କ ଦଳ ବଦଳକୁ ନେଇ ! କେମିତି ନିର୍ବାଚନରେ ଜିତି ଆଉ ଥରେ ବାଙ୍କୀ ର ବିଧାୟକ ହେବେ , ସେନେଇ ସବୁବେଳେ ଚାଲିଛି ଗଣିତ କଷା ! କେତେବେଳେ ଶଙ୍ଖ ଫୁଙ୍କିବା ନେଇ କର୍ମୀ ଙ୍କୁ କୁହନ୍ତି ତ ଆଉ କେତେବେଳେ ଫୁଲ ଫୁଟେଇବା ପାଇଁ ମସୁଧା ! ହେଲେ ଏ ପ୍ରଶ୍ନ ପଚାରିବାରୁ ଆମକୁ ସିଧା ସିଧା ନାହିଁ କରିଥିଲେ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ! କିନ୍ତୁ ଏବେ କିଛି ଘଟଣା ଓ ଖବର କୁ ନେଇ ଦଳୀୟ କର୍ମୀ ଙ୍କ ଠାରୁ ଆରମ୍ଭ କରି ବିରୋଧୀ ଗୋଷ୍ଠୀ ମଧ୍ୟ କହୁଛନ୍ତି 2024 ରେ ତାଙ୍କ ଚିହ୍ନ ବଦଳିବା ଥୟ !
ଦଳ ବଦଳ ଖବର କୁ ନେଇ ବାଙ୍କୀ ରାଜନୀତି ରେ ଚର୍ଚ୍ଚା ଜୋର ଧରିଛି !!!

