ପିସି ଅର୍ଥ ଦେଇ ପାରିନାହାନ୍ତି ବୋଲି ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି ଯୋଗ୍ୟ ହିତାଧିକାରୀ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ପିସି ଅର୍ଥ ଦେଇ ପାରିନାହାନ୍ତି ବୋଲି ଆବାସ ଯୋଜନାରୁ ହୋଇଛନ୍ତି ବଞ୍ଚିତ ! ଚାଳ ଛପର ଘରେ ପାଲ ଘୋଡା ହୋଇ ରହିଛି ! ଖରା ବର୍ଷା ଶୀତ କାକରରେ ସେହି ଭଙ୍ଗ କୁଡ଼ିଆ ହିଁ ଭରସା ! ଏପରି ଘଟଣା ସାମନାକୁ ଆସିଛି ବାଙ୍କୀ ବ୍ଲକ ପୁଇଁଚା ପଂଚାୟତର କଢ଼ାମଲ୍ଲ ଗ୍ରାମରେ ! ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଗାଁ କୁ ଚାଲ ଅଭିଯାନରେ ଏହି ଗ୍ରାମରେ ପହଂଚିବା ପରେ ସେହି ହିତାଧିକାରୀ ଙ୍କ ସାଙ୍ଗରେ କଥା ହୋଇ ବାସ୍ତବ ଅବସ୍ଥା ବୁଝିଥିଲେ ! ପଞ୍ଚାୟତ ପିଇଓ ଙ୍କ ଠାରୁ ଆରମ୍ଭ କରି ବ୍ଲକ ବିଡ଼ିଓ ଙ୍କ ଯାଏଁ ସମସ୍ତେ ପିସି ଚେନ ରେ ବନ୍ଧା , ତେଣୁ ଯୋଗ୍ୟ ହିତାଧିକାରୀ ହେଉଛନ୍ତି ବଞ୍ଚିତ ! ଏପରି ବୟାନ ଦେଇ ତୁରନ୍ତ ସେହି ହିତାଧିକାରୀଙ୍କୁ ସାହାଯ୍ୟ କରିବେ ବୋଲି ବିଜେପି ନେତା ତୁଷାରକାନ୍ତ ଦେଇଛନ୍ତି ପ୍ରତିଶ୍ରୁତି ! ବାଙ୍କୀ ରେ ବିଧାୟକ ଦେଉଛନ୍ତି ସବୁଜ ବାଙ୍କୀ ସମୃଦ୍ଧ ବାଙ୍କୀ ର ନାରା ! ହେଲେ ଲାଞ୍ଚ ଦେଇ ପାରୁନଥିବା ଯୋଗ୍ୟ ହିତାଧିକାରୀ , ଯୋଜନାରେ ସାମିଲ ହେବାରୁ ହେଉଛନ୍ତି ବଞ୍ଚିତ !

Leave a Reply

Your email address will not be published. Required fields are marked *