ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ୧୨ ଦଫା ସମ୍ପର୍କରେ ବାଙ୍କୀ ବିଜେପି ର ସାମ୍ବାଦିକ ସମ୍ମିଳନୀ , ଆସନ୍ତା ୧ ତାରିଖ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ! ବାଙ୍କୀ ବାସୀଙ୍କର ମୌଳିକ ସମସ୍ୟାର ସମାଧାନ ପାଇଁ ରାଜରାସ୍ତାକୁ ଆସିବା ବାଙ୍କୀ ବିଜେପି ! ଏବେ ସୁଦ୍ଧା ଚାଷ ଜମିକୁ ହୋଇପାରିଲା ନାହିଁ ଜଳ ସେଚନ , ସମବାୟ ରେ ରହିଛି ମହାଦୁର୍ନୀତି , ଚାଷୀ ଙ୍କ ସ୍ୱାର୍ଥ କୁ ନେଇ ଏଠି ନାହିଁ ଶୀତଳ ଭଣ୍ଡାର , ଡାକ୍ତରଖାନା ରେ ରୋଗୀ ସେବା ବିପଯ୍ୟସ୍ତ , ଅନ୍ୟପଟେ ଶିକ୍ଷା ବ୍ୟବସ୍ଥା ଏବେ ଭୁଶୁଡି ପଡିଛି ! ଏହି ଭଳି ୧୨ ଟି ମୁଦା କୁ ଅସ୍ତ୍ର କରି ଆସନ୍ତା ଏକ ତାରିଖ ଦିନ ବିଜେପି ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଏବେ ଠାରୁ ବିଜେପି ସଜବାଜ ଆରମ୍ଭ କରିଛି ! ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ବାଙ୍କୀ ଓ ଜିଲ୍ଲା ପ୍ରଶାସନ କୁ ଦେଇଛନ୍ତି ଚେତାବନୀ ! ଅନ୍ୟପଟେ ଆଗାମୀ ୧ ତାରିଖ ରେ ରହିଥିବା ଘେରାଉ ରେ ହଜାର ହଜାର ସଂଖ୍ୟା ରେ ରହିବ ଜନ ସମାଗମ , ତୁରନ୍ତ ଜନ ସାଧାରଣ ଙ୍କ ସ୍ୱାର୍ଥ କୁ ନେଇ ରହିଥିବା ମୌଳିକ ସମସ୍ୟା ରେ ସମଧାନ ପାଇଁ ଯଦି ରାଜ୍ୟ ସରକାର ଚିନ୍ତା ନ କରନ୍ତି , କେବଳ ପ୍ରତିଶୃତି ମିଳେ , ତେବେ ଆଗାମୀ ଦିନ ରେ ମଧ୍ୟ ଜାରି ରହିବ ଆନ୍ଦୋଳନ !
୧୨ ଦଫା ସମ୍ପର୍କରେ ବାଙ୍କୀ ବିଜେପି ର ସାମ୍ବାଦିକ ସମ୍ମିଳନୀ : ଆସନ୍ତା ୧ ତାରିଖ ରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ !!!

