ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବାଣପୁର କଲେଜ ରେ ଯୁକ୍ତ ଦୁଇ ରେ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀ ନିଜ ଘରେ ବେକରେ ଚୁନରି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଝୁଲନ୍ତା ଅବସ୍ଥାରେ ଉକ୍ତ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି ବାଲୁଗାଁ ପୋଲିସ । ସୂଚନା ମୁତାବକ ମଙ୍ଗଳବାର ରାତିରେ ବାଲୁଗାଁ ଗୋପବନ୍ଧୁ ନଗର ବାସିନ୍ଦା ସନ୍ତୋଷ ପାତ୍ର ଓ ତାଙ୍କ ସ୍ତ୍ରୀ ଘରେ ଅନୁପସ୍ଥିତ ଥିବାବେଳେ ଝିଅ ସୋନାଲି ପାତ୍ର (୧୭) ଘରେ ଏକୁଟିଆ ଥିବାର ସୁଯୋଗ ନେଇ କୌଣସି କାରଣରୁ ବେକରେ ଚୁନରି ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ । ଉକ୍ତ ନାବାଳିକା ଙ୍କ ଭାଇ ଟିଉସନ୍ ରୁ ଘରକୁ ଫେରିବା ପରେ ଏଭଳି ଘଟଣା ଦେଖି ସଙ୍ଗେ ସଙ୍ଗେ ତାଙ୍କ ବାବା ମାଙ୍କୁ ଯୋଗାଯୋଗ କରିଥିଲେ । ଏନେଇ ମୃତ ନାବାଳିକା ଙ୍କ ବାପା ସନ୍ତୋଷ ପାତ୍ର ଘରେ ବାଲୁଗାଁ ଥାନା କୁ ଖବର ଦେଇଥିଲେ । ଖବର ପାଇ ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ନାବାଳିକା ଙ୍କୁ ଉଦ୍ଧାର କରିବା ସହ ବାଲୁଗାଁ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସମ୍ପୃକ୍ତ ମୃତ ନାବାଳିକା ଜଣକ ବାଣପୁର କଲେଜର ଯୁକ୍ତ ଦୁଇର ଛାତ୍ରୀ ବୋଲି ଜଣାପଡି ଥିବା ବେଳେ ଯୁକ୍ତ ଦୁଇ ପରୀକ୍ଷା ଗତ ୨୨ ତାରିଖ ଦିନ ଦେଇଥିଲେ । ସେ ନିଜେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କିଏ ମାରିଦେଇ ଏମିତି ଝୁଲେଇ ଦେଇଛି ତାହାର କାରଣ ବର୍ତ୍ତମାନ ଅସ୍ପଷ୍ଟ ଥିବା ୩/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଜାରି ରଖିଥିବା ବାଲୁଗାଁ ପୋଲିସ ସୁଚନା ଦେଇଛି ।।
ବାଲୁଗାଁ ଗୋପବନ୍ଧୁ ନଗରରେ ବେକରେ ଚୁନରୀ ଲଗାଇ ନାବାଳିକା ଙ୍କ ଆତ୍ମହତ୍ୟା !!!

