ଗାନ୍ଧୀ ଭବନ ଠାରେ ଭଏସ ଅଫ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଏଣ୍ଡ ଜର୍ଣ୍ଣାଲିଜମ ସଙ୍ଘ ର ବୈଠକ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – ଭାରତୀ ଭୋଇ : ବରଗଡ ସ୍ଥିତ ଗାନ୍ଧୀ ଭବନ ଠାରେ ଭଏସ ଅଫ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଏଣ୍ଡ ଜର୍ଣ୍ଣାଲିଜମ ସଙ୍ଘ ର ବୈଠକ ଅନୁଷ୍ଠିତ ! ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ର ବିଭିନ୍ନ ଜିଲ୍ଲା ରୁ ମିଡ଼ିଆ ରେ କାମ କରୁଥିବା ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇଥିଲେ ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଭୀମସାର ବୁର୍ଲା ର ପ୍ରଫେସର ଡକ୍ଟର ଶଙ୍କର ରାମଚନ୍ଦନୀ ଯୋଗ ଦେଇ ଅଭିଭାଷଣ ଦେଇଥିଲେ ଓ ସାମ୍ବାଦିକ ମାନଙ୍କୁ ସମାଜ ସେଵା କରିବା ପାଇଁ ଆଗକୁ ଆସିଵାକୁ କହିଥିଲେ ! କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇ ଥିଲା ଓ ସାମ୍ବାଦିକ ମାନଙ୍କୁ ସାର୍ଟିଫିକେଟ ଅଫ ଅନର ଦିଆ ଯାଇଥିଲା ! ଆୱାଜ ମିଡ଼ିଆ ର ବରଗଡ ଜିଲ୍ଲା ପ୍ରତିନିଧି କୃପାସିନ୍ଧୁ ମହାନ୍ତି ଙ୍କୁ ମଧ୍ୟ ସମାଜ ସେବା ପାଇଁ ଓ ସାମ୍ବାଦିକତା ପାଇଁ ସାର୍ଟିଫିକେଟ ଅଫ ଅନର ପ୍ରଦାନ କରାଯାଇଥିଲା ! କାର୍ଯ୍ୟକ୍ରମ କୁ ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଓ ଜିଲ୍ଲା ସଭାପତି ଭବାନୀ ପାଢ଼ୀ ଓ ସଙ୍ଘ ର ରାଜ୍ୟ ଉପସଭାପତି ଆଶୁତୋଷ ରଥ ପରିଚାଳନା କରିଥିଲେ !

Leave a Reply

Your email address will not be published. Required fields are marked *