ପିଇବା ପାଣି ଯୋଗାଣ ରେ ଅବହେଳା ପାଇଁ ତାତିଲେ ମହିଳା !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଧଳାପଥର ପଞ୍ଚାୟତ ମିଛାପଣ୍ଡା ସାହି ରେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିବା ପ୍ରତିବାଦ ରେ ସାହିର ପ୍ରତ୍ୟେକ ପରିବାର ର ମହିଳା ସାଙ୍ଗରେ ଗରା, ବାଲ୍ଟି ଧରି ଧଳାପଥର ପଞ୍ଚାୟତ ସମ୍ମୁଖ ରେ ଧାରଣା ଦେବା ସହିତ ସରପଞ୍ଚ ଓ ଶାସକ ଦଳ ବିଧାୟକଙ୍କ ବିରୁଦ୍ଧ ରେ ନାରାବାଜି କରିଥଲେ !

ଗତ କିଛିଦିନ ତଳେ ସ୍ଥାନୀୟ ବିଧାୟକ ଅଭିଯୋଗ ପାଇ ଜିଲ୍ଲା ପରିଷଦ ସଭ୍ୟ ଓ କିଛି ସ୍ଥାନୀୟ ଲୋକଙ୍କ ସହିତ ମିଛାପଣ୍ଡା ସାହିରେ ପହଞ୍ଚି ଦୁଇ ଦିନ ଭିତରେ ପିଇବା ପାଣି ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହିତ ଜଣେ ଠିକାଦାର ଙ୍କୁ ସାହି ଲୋକ ଙ୍କ ଉପସ୍ଥିତି ରେ ଫୋନ କରି କାମ କରିବା ପାଇଁ କହିଥିଲେ ! ଜିଲ୍ଲା ପରିଷଦ ସଭ୍ୟ ଙ୍କୁ ଦାୟିତ୍ଵ ଦେଇଥିଲେ , ମାତ୍ର ଦୀର୍ଘ ଦିନ ପରେ ମଧ୍ୟ ସମସ୍ୟା ର ସମାଧାନ ନ ହେବାରୁ ସାହି ଲୋକେ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ! ମାତ୍ର ଅଭିଯୋଗ ର ପ୍ରତିବିଧାନ ନହେବାରୁ ସାହିର ମହିଳା ମାନେ ଗରା ବାଲ୍ଟି ଧରି ଅଭିନବ ଉପାୟ ରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରତିବାଦ କରିଥଲେ ! ଏହି ସମୟ ରେ ସ୍ଥାନୀୟ ପୋଲିସ ଓ ସରପଞ୍ଚ ଙ୍କ ଉପସ୍ଥିତି ରେ ପଞ୍ଚାୟତ ପିଅନ ଆସି ମହିଳା ମାନଙ୍କୁ ରୁକ୍ଷ ଗଳାରେ ତାଗିଦ୍ କରିବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ! ପରିଶେଷରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ସରପଞ୍ଚ ପ୍ରତିଶ୍ରୁତି ଦେବାରୁ ମହିଳା ମାନେ ଧାରଣା ସ୍ଥଳରୁ ଉଠିଥିଲେ !

Leave a Reply

Your email address will not be published. Required fields are marked *