ବାଣପୁର ରେ ନବୀନ କାର୍ଡ ବଣ୍ଟନ ଆରମ୍ଭ : ୩୫୯୮ ଜଣ ହିତାଧିକାରୀ ପାଇଲେ ସ୍ୱାସ୍ଥ୍ୟ ବୀମା କାର୍ଡ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗରିବ ଲୋକେ କେବେ ରୋଗରେ ପଡିଲେ ଚିକିତ୍ସା ପାଇଁ ଅସୁବିଧା ର ସମୁଖୀନ ହେବାକୁ ପଡିବ ନାହିଁ । ସେଥିଲାଗି ଜନ ସାଧାରଣ ଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଆଣିଛନ୍ତି ବିଧିବଧ ବ୍ୟବସ୍ଥା । ଗ୍ରାମାଞ୍ଚଳ ର ଲୋକଙ୍କ ପାଇଁ ଆରମ୍ଭ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା , ନବୀନ କାର୍ଡ ର ଶୁଭାରମ୍ଭ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଧିବଦ୍ଧ ଭାବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବାଣପୁର ବ୍ଲକର ୧୭ ଟି ପଞ୍ଚାୟତରେ ୩ ହଜାର ୫ ଶହ ୯୮ ଜଣ ହିତାଧିକାରୀ ଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପନାଥ ମହାରଣା, ବ୍ଳକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଳ ଅଗ୍ରୱାଲ, ତହସିଲଦାର ପଦ୍ମଲୋଚନ ଦୋରା ଓ ସମସ୍ତ ସରପଞ୍ଚ, ସମିତି ସଭ୍ୟ ମାନେ ଯୋଗଦେଇ କାର୍ଡ ବଣ୍ଟନରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *