ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ମହାଶିବରାତ୍ରୀରେ ସମଗ୍ର ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କ ଜନଗହଳି ରେ ଉଛୁଳି ପଡୁଛି ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ସମସ୍ତ ଶୈବପୀଠ । ଫାଲଗୁନ ମାସ କୁଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ମହାଶିବ ରାତ୍ରୀକୁ ଜାଗର ଓଷା ଭାବେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାବା ଉମାମହେଶ୍ଵର ଦେବ, ବାଣପୁର ର ଗୁପ୍ତେଶ୍ୱର ଦେବ, ଭେଟିନାଥ ଦେବ, ବ୍ରହ୍ମେଶ୍ୱର ଦେବ, ବୁଧ୍ୟେଶ୍ୱର ଦେବ, ଧବଳେଶ୍ଵରଙ୍କ ପୀଠରେ ମହାଶିବ ରାତ୍ରୀ ଅବସରରେ ଚଳ ଚଞ୍ଚଳ ହୋଇ ପଡିଛି ମନ୍ଦିର ପରିସର । ଆଜିର ଦିନରେ ସମସ୍ତ ଶୈବପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନେ ନିଜଳା ଉପବାସ କରିବା ସହିତ ଉଜାଗର ରହି ଜାଗର ଦ୍ଵୀପ ଜାଳି ମହାଦେବ ଙ୍କ କୃପା ଲାଭ କଲେ ମନସ୍କାମନା ପୂରଣ ହୁଏ ବୋଲି କିଛି ଶ୍ରଦ୍ଧାଳୁ କହିଛନ୍ତି । ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ସମସ୍ତ ଶୈବପୀଠ ମନ୍ଦିରରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ମାନେ ଉଜାଗର ରହି ଜାଗର ଦ୍ଵୀପ ଜାଳୁ ଥିବାର ଦେଖିବାକୁ ମିଳିଛି । ଯାତ୍ରା ସମୟରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଶୈବପୀଠ ମାନଙ୍କରେ ପୋଲିସ ଫୋର୍ସ ମୁତୟନ କରଯାଇଥିଲା ।।