ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ର ଅଧ୍ୟକ୍ଷା କଳ୍ପନା ଦାଶ ଙ୍କ ନେତୃତ୍ବରେ ମା ନିମନ୍ତେ ବୃକ୍ଷ ଟି ବାର୍ତ୍ତା ସହିତ ୭୫ ତମ ବନମହୋତ୍ସବ କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ର ରେଞ୍ଜର ଅଫିସର୍ ରଶ୍ମିତା ଜେନା, ଲିପିନା ପାଇକରାୟ, ପୁଷ୍ଫିତା ଶ୍ରୀଚନ୍ଦନ ପ୍ରଭୃତି ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥିଲେ । ବର୍ଷା ର ଆଗମନ ସହିତ, ଜାତୀୟ ସେବା ଯୋଜନା, ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡକ୍ରସ୍ ର ସ୍ୱେଚ୍ଛାସେବୀ, କ୍ୟାଡେଟ ମାନେ ମହାବିଦ୍ୟାଳୟ ପରିସରରେ ମିଳିତ ଭାବେ ରେ ଫଳଗଛ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ କୈଳାସ ଚନ୍ଦ୍ର ମହାରଣା , ପ୍ରବୀଣ କୁମାର ଜେନା, ଅଧ୍ୟାପକ ବିଦ୍ୟାଧର ଯୁଝାରସିଂ, ଅଧ୍ୟାପକ ପତିତପାବନ ପଣ୍ଡା, ଅଧ୍ୟାପିକା ମୋନାଲିସା ମାନସିଂହ, ବିମଳ କୁମାର ପଣ୍ଡା, ଝରଣା ନାଥ, ସ୍ନିଗ୍ଧା ମୂଦୁଲି, ସ୍ୱାତୀ ସ୍ୱାଗତିକା ସାହୁ , କୀର୍ତ୍ତିମୟୀ ବାରିକ ପ୍ରଭୃତି ବୃକ୍ଷ ରୋପଣ ସହାୟତା କରିଥିଲେ । ଏହି ବନମହୋତ୍ସବ କାର୍ଯ୍ୟକ୍ରମ କୁ ଯୁକ୍ତ ୨ ର ଅଧ୍ୟକ୍ଷ ତଥା ଜାତୀୟ ସେବା ଯୋଜନା ର ଅଧିକାରୀ ଲକ୍ଷ୍ମୀଧର ସୁବୁଦ୍ଧି ଅନ୍ୟତମ ଅଧିକାରୀ ରୀନା ରାଉତ, ଯୁବ ରେଡକ୍ରସ୍ ଅଧିକାରୀ ମନସ୍ବିନୀ ପଟ୍ଟନାୟକ, ଧୋବୀ ଚରଣ ପରିଡା, ଏନ୍ ସି ସି ତତ୍ତ୍ଵବଧାକ ଚନ୍ଦନ ନାୟକ ପରିଚାଳନା କରିଥିଲେ । ସଂଗ୍ରାମ କେଶରୀ ବେହେରା, ଶିବରାମ ବେହେରା, ଧରିତ୍ରୀ ବିଶୋଇ ଓ ଶିବ ମହାରଣା ଙ୍କ ସମେତ ସ୍ବେଛାସେବୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।।
ମା ନିମନ୍ତେ ଗଛଟିଏ ମାଧ୍ୟମରେ ୭୫ ତମ ବନ ମହୋତ୍ସବ ପାଳନ !!!

