କିଏ ଚାଁହୁଛି ମେଣ୍ଟ : କାହାର ହେବ ଲାଭ , କିଏ ସହିବ କ୍ଷତି !!!

0
183

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ଦାଶ : ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଓଡିଶା ଗସ୍ତ ପର ଠାରୁ ରାଜ୍ୟରେ ମେଣ୍ଟ ସମ୍ପର୍କିତ ଚର୍ଚ୍ଚା ଜୋର ଧରିଛି ! ଅବଶ୍ୟ ଚର୍ଚ୍ଚାରେ ରାଜନୈତିକ ଦଳ ଅପେକ୍ଷା ଗଣମାଧ୍ୟମ ଆଗରେ ଅଛି ! ଯଦି ରାଜ୍ୟରେ ମେଣ୍ଟ ହୁଏ , ଲାଭରେ ରହିବେ ଦିଲ୍ଲୀ ସିଂହାସନ ଆଶାୟୀ ! ଫିଲ ଗୁଡ଼ ସ୍ଥିତିରେ ଥିବା ଶାସକ ବିଜେଡି ର ବିଧାୟକ ସଂଖ୍ୟା ମଧ୍ୟ କମ ହେବେ ! ବିଜେପି ର ବିଧାୟକ ସଂଖ୍ୟା ବଢିପାରେ ! ହେଲେ ମେଣ୍ଟ ଶବ୍ଦକୁ ହଜମ କରି ପାରୁନଥିବା ବିଜେପି ର ତୃଣମୂଳ କାର୍ଯ୍ୟକର୍ତ୍ତା ସବୁଠାରୁ ଅଧିକ କ୍ଷତି ସହିବେ ! କାରଣ ବିଜେଡି – ବିଜେପି ମେଣ୍ଟ ଭାଙ୍ଗିବା ପରଠାରୁ , ଗତ ପନ୍ଦର ବର୍ଷ ଧରି ସରକାରଙ୍କୁ ସମାଲୋଚନା କରୁଥିବା ଦଳର କାର୍ଯ୍ୟକର୍ତ୍ତା ଙ୍କ ମାନସିକତା ମଧ୍ୟ ବଦଳି ଯାଇଛି ! ଏ ମଧ୍ୟରେ ରାଜ୍ୟ ବିଜେପି ସଭାପତି ମେଣ୍ଟ କୁ ନେଇ ଦୁଇ ଥର ସ୍ପଷ୍ଟ ଏବଂ ନକାରାତ୍ମକ ବୟାନ ଦେଇଥିଲେ ସୁଦ୍ଧା , ସମସ୍ତେ ଜାଣନ୍ତି ରାଜ୍ୟ ବିଜେପି ର ରିମୋର୍ଟ କଣ୍ଟ୍ରୋଲ ଦିଲ୍ଲୀରେ ! ସେଠାରୁ ଆଦେଶ ଆସିଲେ ଆଉ କାହାରି ପାଟି ଫିଟିବନି ! କିନ୍ତୁ ଏକଥା ସତ ଆଉ ସ୍ପଷ୍ଟ ବହୁ ଆଶାୟୀ ବିଜେପି ପ୍ରାର୍ଥୀ ଦଳ ଛାଡି ସ୍ୱାଧୀନ ଭାବରେ ଲଢ଼ିବେ !

LEAVE A REPLY

Please enter your comment!
Please enter your name here