ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ତହସିଲ ଅଫିସ ପ୍ରାଙ୍ଗଣରେ ନୂତନ ତହସିଲ ବିଲଡିଂ ର ଶୁଭ ଦେଇଛନ୍ତି ବଡମ୍ବା ନରସିଂହପୁର ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର । ଦେଢ଼ କୋଟି ଟଙ୍କାରେ ନିର୍ମାଣ କରାଯିବ ନୂତନ ତହସିଲ ଅଫିସ । ଏହି କାର୍ଯ୍ୟକ୍ରମ ରେ ବଡମ୍ବା ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି, ଉପାଧ୍ୟାକ୍ଷା ସ୍ଵର୍ଣଲତା ବେହେରା, ବଡମ୍ବା ତହସିଲଦାର ଶାଶ୍ୱତ ରଞ୍ଜନ ଦାଶ, ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ବରାଳ, ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟା ନୟନା ସାହୁ, ସରପଞ୍ଚ ବଡମ୍ବା ଗଡ଼ ମଧୁସ୍ମିତା ମହାନ୍ତି, ସମିତିସଭ୍ୟା ବଡମ୍ବା ଗଡ଼ ଗୋଲାପ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଅତିଥି ମାନେ ଜଗନ୍ନାଥ ଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ କରି ଭିତ୍ତିପ୍ରସ୍ଥର ଫଳକ କୁ ଉନ୍ମୋଚନ କରିଥିଲେ ମୁଖ୍ୟ ଅତିଥି । ଆୟୋଜିତ ସାଧାରଣ ସଭାରେ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ ।
ନୂତନ ତହସିଲ କାର୍ଯ୍ୟାଳୟ ର ଭିତ୍ତିପ୍ରସ୍ଥର ସ୍ଥାପନ !!!

