କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଭରଚୁଆଲ ରେ ବୈଦେଶ୍ଵର ଥାନା ମୁଖ୍ୟ କାର୍ଯ୍ୟାଳୟ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ଯୋଗଦେଲେ ବ୍ଲକ ଅଧକ୍ଷା ଓ ଗ୍ରାମଞ୍ଚଳ ଅତିରିକ୍ତ ଏସ ପି ! ବହୁ ପ୍ରତୀକ୍ଷା ର ଘଟିଛି ଅନ୍ତ , ଭରଚୁଆଲ ମୋଡ଼ ରେ କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ଵର ଥାନା ର ନୂତନ ମୁଖ୍ୟ କାର୍ଯ୍ୟାଳୟ ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ଏହାର ସୁଫଳ ପାଇ ପାରିବେ କାର୍ଯ୍ୟରତ କର୍ମଚାରୀ ଓ ସାଧାରଣ ଜନତା ବୋଲି ପ୍ରତିକ୍ରିୟା ରଖିଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ ପି ଦେବିଦତ୍ତ ବରାଳ ! ଅନ୍ୟପଟେ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ଥାନା ପରିସରରେ ନିର୍ମାଣଧୀନ ବିଲଡିଂ ର ଫଳକ କୁ ସାଧାରଣ ଲୋକଙ୍କ ପାଇଁ ଲୋକାର୍ପଣ କରିଛନ୍ତି ! ଏବେ ଆଧୁନିକରଣରେ ନିର୍ମିତ ଏହି ଥାନାର ବିଲଡିଂ ଉଦଘାଟନ ହେବା ପରେ ବେଶ ଖୁସି ପ୍ରକଟ କରିଛନ୍ତି ସ୍ଥାନୀୟ ଅଧିବାସୀ ! ଏହି କାର୍ଯ୍ୟକ୍ରମ ରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ, ବାଙ୍କୀ ଆଇଆଇସି ଶିବ ଚରଣ ବେହେରା, ବାଙ୍କୀ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମହାପାତ୍ର, ତହସିଲଦାର ଅଶେଷ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ବୈଦେଶ୍ୱର ଆଇଆଇସି ପ୍ରିୟ ରଞ୍ଜନ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୂର୍ବତନ ସରପଞ୍ଚ ବିଜନ କୁମାର ସାହୁ, ସରପଞ୍ଚ ସୁରଞ୍ଜନ ପଣ୍ଡା, ସୁବାସ ସ୍ବାଇଁ , ମଳୟ ସ୍ବାଇଁ , ପ୍ରଫୁଲ ସେନାପତି ପ୍ରମୁଖ ଯୋଗ ଦେଇଥିଲେ !
ଭରଚୁଆଲ ମୋଡ଼ ରେ ବୈଦେଶ୍ଵର ଥାନା ମୁଖ୍ୟ କାର୍ଯ୍ୟାଳୟ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ !!!

