ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀରେ ନେଦରଲାଣ୍ଡ ପର୍ଯ୍ୟଟକଙ୍କ ଠାରୁ ଲୁଟ ଘଟଣାରେ ଟାଉନ ଥାନା ପୋଲିସ ଦ୍ବାରା ଅଭିଯୁକ୍ତ ଗିରଫ ହୋଇଛି । ନେଦରଲାଣ୍ଡରୁ ଆସିଥିବା ୭୧ ବର୍ଷୀୟ ଅନ୍ଥୋନି ଭାନ୍ ଅର୍କେଲ୍ ନାମକ ପର୍ଯ୍ୟଟକଙ୍କ ଠାରୁ , ଜଣେ କାର ଡ଼୍ରାଇଭର ୩ ଲକ୍ଷ ୫୦ହଜାର ଟଙ୍କା, ୪୨୦୦ ୟୁରୋ ମୁଦ୍ରା, ଦାମୀ ଘଣ୍ଟା, କ୍ୟାନନ୍ କ୍ୟାମେରା, ହୀରା ମୁଦି ଓ ଅନ୍ୟାନ୍ୟ ଆସବାବପତ୍ର ଗତ ୧୦ ତାରିଖ ଦିନ ଲୁଟି ନେଇ ଫେରାର ହୋଇଯାଇଥିଲା । ଏନେଇ ଲୁଟ ର ଶିକାର ହୋଇଥିବା ପର୍ଯ୍ୟଟକ ପୁରୀ ଟାଉନ ଥାନାରେ ଅଭିଯୋଗ କରିଥିଲେ ! କଟକ ଜିଲ୍ଲା କାନପୁର ଥାନା କନରପୁର ଗ୍ରାମର ସାଗର କୁମାର ମଲ୍ଲିକ ଲୁଟି ନେଇ ଫେରାର ହୋଇ ଯାଇଥିଲା । ପୁରୀ ଟାଉନ ଥାନାରେ ଏତଲା ପରେ ଥାନାଧିକାରୀ ସୁନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅଭିଯୁକ୍ତକୁ ଗିରଫ ସହ ବ୍ୟବହୃତ କାର ସମେତ ନଗଦ ୩୦ ହଜାର ଟଙ୍କା ଅଭିଯୁକ୍ତ ଠାରୁ ଜବତ କରାଯାଇଛି ! ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇ ଥିବାର ପୁରୀ ଟାଉନ ଥାନାଧିକାରୀ ସୁନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।।
ପୁରୀରେ ନେଦରଲାଣ୍ଡ ପର୍ଯ୍ୟଟକଙ୍କ ଠାରୁ ଲୁଟ ଘଟଣା : ଟାଉନ ଥାନା ପୋଲିସ ଦ୍ବାରା ଅଭିଯୁକ୍ତ ଗିରଫ !!!

