ଲେଖା ପାଇଁ ସାରସ୍ବତ ସମ୍ମାନ ରେ ସମ୍ମାନିତ ହେଲେ ରବିନାରାୟଣ ପଟ୍ଟନାୟକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସୌଦାମିନୀ ପତ୍ରିକା ରେ ପ୍ରକାଶିତ ପିତା ମାତା ଙ୍କ ଛାୟା ଲେଖା ପାଇଁ ରବିନାରାୟଣ ପଟ୍ଟନାୟକ ଙ୍କୁ ସାରସ୍ବତ ସମ୍ମାନ ରେ ସମ୍ମାନିତ କରାଯାଇଛି । ଉଚ୍ଚକୋଟୀର ଲେଖା ସାଙ୍ଗକୁ ଏଥିରେ ଥିବା ବାପା ମା ଙ୍କ ବିଷୟରେ ଲେଖାକୁ ସବୁ ଆଡ଼ୁ ପ୍ରଶଂସା କରାଯାଇଥିଲା । ତେଣୁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଆଗରୁ ମଧ୍ୟ ତାଙ୍କୁ ନିଜର ଶାଣିତ ଲେଖା ଓ ସମାଜସେବା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଛି । ଶ୍ରୀ ପଟ୍ଟନାୟକ ସାରସ୍ବତ ସମ୍ମାନ ସମ୍ମାନିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ବର୍ତମାନ ଉଚ୍ଚ ପଦବୀରେ କାର୍ଯ୍ୟରତ ଶ୍ରୀ ପଟ୍ଟନାୟକ ଲେଖା ଛଡ଼ା ସମାଜସେବା ମାଧ୍ୟମରେ ମଧ୍ୟ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ! ବର୍ତ୍ତମାନ ସୁଦ୍ଧା ୧୦ ଥରରୁ ଅଧିକ ରକ୍ତଦାନ କରି ସାରିଲେଣି । ଏହି ସମ୍ମାନ ପାଇବା ପରେ ବିଭିନ୍ନ ବର୍ଗ ର ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *