ଅସରାଏ ବର୍ଷା ରେ ବାଙ୍କୀ ଅବସ୍ଥା ବେହାଲ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅସରାଏ ଅଦିନିଆ ବର୍ଷା ରେ ସାରା ବାଙ୍କୀ ଅବସ୍ଥା ବେହାଲ । ଏ ଚିତ୍ର ହେଉଛି ବାଙ୍କୀ ଏନ୍ଏସିର ୧୦ ନମ୍ବର ୱାର୍ଡ ର ଏନଏସି ଠାରୁ ମାତ୍ର ୫୦ ମିଟର ଦୂରରେ ଅବସ୍ଥିତ ବାଙ୍କୀ ଖୋର୍ଦ୍ଧା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ଅବସ୍ଥା ! ଯେଉଁ ରାସ୍ତା ଦେଇ ଶହ ଶହ ଗାଡି ଓ ପାଠ ପଢିବା ପାଇଁ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ମାନେ ଦୈନିକ ଯିବା ଆସିବା କରିବା ସହ ବେପାର କରିବା ପାଇଁ ଅନେକ ବ୍ୟବସାୟୀ ବାଙ୍କୀ ବଜାରକୁ ଆସିଥାନ୍ତି ! ତେବେ ଏ ସବୁ ଭିତରେ ସ୍ୱଚ୍ଛ ଓ ସମୃଦ୍ଧ ବାଙ୍କୀ ବୋଲାଉଥିବା ଏବଂ ଓଡିଶାରେ ଏକ ନମ୍ବର ଏନ୍ଏସି ମାନ୍ୟତା ପାଇଥିବା ବାଙ୍କୀ ଏନ୍ ଏସି ର ବାସ୍ତବ ଚିତ୍ର କିନ୍ତୁ ଅଲଗା । ନା ଅଛି ଡ୍ରେନେଜ୍ ବ୍ୟବସ୍ଥା , ନା ଅଛି ପରିମଳ ସୁବିଧା ! ସବୁଥିରୁ ବଞ୍ଚିତ ବାଙ୍କୀ ଏନ୍ଏସି । ଖୋଦ ବିଧାୟକ ଙ୍କର ପୋଷ୍ଟର ଓ ବ୍ୟାନର ରେ ଦେଖିବାକୁ ମିଳେ ସ୍ଵଛ ବାଙ୍କୀ ର ସ୍ଲୋଗାନ , ତାହା କେବଳ ସେଇଥିରେ ସୀମିତ ହୋଇ ରହିଯାଇଛି ! କେବେ ସୁଧୁରିବ ଏହି ଅବସ୍ଥା ତାହା ଦେଖିବାକୁ ବାକି ରହିଲା !

Leave a Reply

Your email address will not be published. Required fields are marked *