ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଜୀବନ ପ୍ରତି ବିପଦ ସାଜିଛି ଅଧା ପନ୍ତରିଆ କାମ ! ସାମନ୍ତରାପୁର ଅଂଚଳ ରେ ରାସ୍ତା ପାଖ ଖୋଳା ହୋଇ ମେଳା ମୁକୁଳା ପଡିଥିଲା , ତା ଭିତରେ ଗଳି ପଡିଲା କାର ! ଅଳ୍ପକେ ବର୍ତ୍ତୀଲେ ଗାଡି ଚାଳକ ! ପୁରୁଣା ଭୁବନେଶ୍ୱର ରେ ଦୀର୍ଘ ଦିନ ଧରି ଚାଲିଛି ମରାମତି ଏବଂ ନିର୍ମାଣ କାମ ! କେଉଁ ବିଭାଗ , କୋଉ ଯୋଜନା , କିଏ ଠିକାଦାର କାହା ପାଖରେ ହେଲେ ନାହିଁ ସ୍ପଷ୍ଟ ଉତ୍ତର ! ତେବେ ସାମନ୍ତରାପୁର ଅଞ୍ଚଳର ୱାର୍ଡ ନମ୍ବର 59 ରେ ନିର୍ମାଣ କାମ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ ! ଏପରି କୌଣସି ଲେନ ନାହିଁ , ଯେଉଁଠାରେ ରାସ୍ତା ଖୋଳା ନହୋଇଛି ! କପିଳେଶ୍ୱର ଗେଟ ଛକ ଠାରୁ ସୁନ୍ଦରପଦା ପର୍ଯ୍ୟନ୍ତ ଦୀର୍ଘ ଦିନ ଧରି ମରାମତି କାମ ଚାଲୁଥିଲେ ସୁଦ୍ଧା ଶେଷ ହେବାର ନାଁ ଧରୁନାହିଁ ! କେତେବେଳେ ରାସ୍ତା ମଝି ଖୋଳା ହୋଇ ସ୍ୱେରେଜ କାମ , ତ ଆଉ କେତେବେଳେ ରାସ୍ତା ପାଖ ଖୋଳା ହୋଇ ଡ୍ରେନ କାମ ! ତେବେ ଗେଟ ଛକ ଠାରୁ ଅଳ୍ପ ଦୂରରେ ରାସ୍ତା ପାର୍ଶ୍ୱ ଡ୍ରେନ ପାଇଁ ଗଭୀର ଗାତ ଖୋଳା ଯାଇଥିବା ସମୟରେ କୌଣସି ସତର୍କ ସୂଚନା କିମ୍ବା ବାଡ଼ ନାହିଁ ! ରାସ୍ତାର ଓସାର କମ ଥିବାରୁ ବିପରୀତ ଦିଗରୁ ଆସୁଥିବା ଗାଡିକୁ ରାସ୍ତା ଦେବାକୁ ଯାଇ ଖାଲରେ ଗଳି ପଡିଲା କାର !
ଜୀବନ ପ୍ରତି ବିପଦ ସାଜିଛି ଅଧା ପନ୍ତରିଆ କାମ !!!

