ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ଓଡିଶା ଦିବସ ଅବସରରେ ସୁକିନ୍ଦା ସ୍ଥିତ ଥାର୍ଡ ଆଇ. ଆର.ବାଟାଲିୟନ ପକ୍ଷରୁ ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଟାଲିୟନର ଉପଦୁର୍ଗପତି ସନ୍ତୋଷ କୁମାର ଦଣ୍ଡସେନା ଯୋଗଦେଇ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ଯବାନ ମାନଙ୍କ ଦ୍ଵାରା ପ୍ୟାରେଡ କରଯାଇଥିଲା । ବିଭିନ୍ନ ବିଭାଗରେ ଉତ୍ତମ ସେବା ପ୍ରଦାନ କରିଥିବା ପୋଲିସ କର୍ମଚାରୀ ଏସ. ଆଇ ବଳରାମ ବେହେରା, ଏ.ଏସ.ଆଇ ମନୋଜ କୁମାର ସାହୁ , ହାବିଲଦାର ସତ୍ୟଜିତ ସାହୁ, କନେଷ୍ଟବଳ ଶୁକଦେବ ମାଝୀ, ମୁଖ୍ୟ ସହାୟକ ଦିଲ୍ଲୀପ କୁମାର ଜେନା, ଚତୁର୍ଥଶ୍ରେଣୀ କର୍ମଚାରୀ ତପନ କୁମାର ଦାସଙ୍କୁ ମୁଖ୍ୟ ଅତିଥି ସନ୍ତୋଷ କୁମାର ଦଣ୍ଡସେନା ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହାୟକ ଦୂର୍ଗପତି ନରେଶ କୁମାର ବେହେରା, ବାରିସା ସୋରେନ, ଇନ୍ସପେକ୍ଟର ଭାଗ୍ୟଧର ଜେନା, ନୃସିଂହ ଚରଣ ଦାସ, ସବଇନ୍ସପେକ୍ଟର ସନ୍ତୋଷ କୁମାର ନାୟକ, ଉମାକାନ୍ତ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଥାର୍ଡ ଆଇ.ଆର.ବି ପକ୍ଷରୁ ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ !!!

