ଗଡ଼ ଗୁଡ଼ୁମ ରେ ଦୁର୍ଗାପୁର ପ୍ରିମିୟର ଲିଗରେ “ଫିଅର ଲେସ ଫାଇଟର” ର ବାଜିମାତ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମପଞ୍ଚାୟତର ଗଡ଼ଗୁଡ଼ୁମ ଗ୍ରାମରେ ଦୀର୍ଘ 10 ଦିନ ଧରି ଚାଲିଥିବା ଦୁର୍ଗାପୁର ପ୍ରିମିୟର ଲିଗରେ “ଫିଅର ଲେସ ଫାଇଟର” ବିଜୟ ଲାଭ କରି ଫାଇନାଲ ଟ୍ରଫି ହାତେଇଛି l ଫାଇନାଲ ମ୍ୟାଚ “ମାର୍କଶ 11” ଏବଂ “ଫିଅର ଲେସ ଫାଇଟର” ମଧ୍ୟରେ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଦୀପ ସାହୁ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଦେବାଶିଷ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁ, ସମାଜସେବୀ ସୁଶାନ୍ତ ମହାପାତ୍ର ଏବଂ ନୀଳାମ୍ବର ବୈରୀଗଞ୍ଜନ ପ୍ରମୁଖ ଯୋଗ ଦେଇଥିଲେ l ପ୍ରତ୍ୟକ ଦିନ ଖେଳ କୁଦ କରିବା ଦ୍ବାରା ଶରୀର ସୁସ୍ଥ ରହିବା ସହିତ ମନ ଭଲ ରୁହେ ବୋଲି ଶ୍ରୀ ସାହୁ ଖେଳାଳି ମାନଙ୍କୁ ବୁଝାଇବା ସହିତ ଖେଳାଳି ମାନଙ୍କୁ ଖେଳ ପ୍ରତି ଉତ୍ସାହିତ କରିଥିଲେ l ଶେଷରେ “ଫିଅର ଲେସ ଫାଇଟର” ଦମଦାର ବୋଲିଂ ଏବଂ ବ୍ୟାଟିଂ ଆଗରେ ହାର ମାନିଥିଲା “ମାର୍କଶ 11” l

Leave a Reply

Your email address will not be published. Required fields are marked *