ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶୋକ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା କ୍ଷେତ୍ର ପାଇଁ ଏଆଇସିସି ପକ୍ଷରୁ ନିୟୋଜିତ ସଂଯୋଜକ ସୁଧାଂଶୁ ଶେଖର ଜେନା ଓ ନିରଞ୍ଜନ ସାହୁ ଯୋଗ ଦେଇଥିଲେ । 2024 ସାଧାରଣ ନିର୍ବାଚନରେ ଦଳ କିପରି ଭାବେ ବିଜୟ ହେବ ସେନେଇ କର୍ମୀ ଙ୍କ ସହ ଆଲୋଚନା କରିଥିଲେ । 5 ନ୍ୟାୟ ଓ 25 ଗ୍ୟାରେଣ୍ଟିକୁ ଲୋକଲୋଚନ କୁ ଆଣିବା ସହ କଂଗ୍ରେସର ବାର୍ତ୍ତାକୁ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବା ସହ ପ୍ରତି ପରିବାର ନିକଟରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ତିହାଡି ବ୍ଲକ୍ କଂଗ୍ରେସ ସଭାପତି ସଞ୍ଜୟ କୁମାର ଦାସ ,ଡେପୁଟି ଚେୟାରମ୍ୟାନ ରଞ୍ଜନ କୁମାର ସେନାପତି, ଦିଗମ୍ବର ଦାସ, ନାରୀନେତ୍ରୀ ସବିତା ଜେନା, ରାଜକିଶୋର ବେହେରା, ଯୁବନେତା ମାନସ ରଞ୍ଜନ ସାହୁ,ସୁବ୍ରତ କୁମାର ବେହେରା, ପିତବାସ ଢାଲ, ବଦ୍ରିନାଥ ନାୟକ ,ପ୍ରଶାନ୍ତ କୁମାର ବାରିକ, ନିରଞ୍ଜନ ବେହେରା, ରାମଚନ୍ଦ୍ର ବେହେରା, ମନୋରଞ୍ଜନ ପାଢୀ,ରମୋଶଚନ୍ଦ୍ର ବାଲ, ପ୍ରଫୁଲ୍ଲ ସାମନ୍ତରାୟଙ୍କ ସମେତ ବହୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।
କଂଗ୍ରେସର ସାଂଗଠନିକ ବୈଠକ !!!

