ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଘରେ ପଶୁ ପଶୁ ମୁଣ୍ଡକୁ ଚାଳ ବାଜିବା ଭଳି , ଗାଁ ଆରମ୍ଭରୁ ହିଁ ଜଣା ପଡ଼ିଯାଏ ଗାଁ ଭିତରର ଅବସ୍ଥା କଣ ହୋଇଥିବ ! ଗାଁ ରେ ଅଛି ନା ଭଲ ରାସ୍ତା , ନା ପିଇବା ପାଣି । ଗାଁରେ ପ୍ରବେଶ କରୁ କରୁ ଗାଁ ରାସ୍ତା ଶୋଚନୀୟ । ଏହି ଗାଁକୁ ପାନୀୟ ଜଳ ଯୋଗାଣ ନାହିଁ କିମ୍ବା ରାସ୍ତା ବ୍ୟବସ୍ଥା ନାହିଁ ।ଗ୍ରାମବାସୀଙ୍କ ଜୀବନ ସମସ୍ୟାରେ ଜର୍ଜରିତ ହେଉଛି । ଗ୍ରାମବାସୀଙ୍କ ଭରସା ପାଲଟିଛି ଏକ ପଥର କୁଅ । ଏହି କୁଅ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଏହି ଦୃଶ୍ୟକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି ଗାଁରେ ଥିବା ଜଳ ସମସ୍ୟା । ଖରା ବଢୁଥିବା ବେଳେ କୁଅର ପାଣି ଶୁଖି ଶୁଖି ଯାଉଛି । ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଭୁବନୀ ପଞ୍ଚାୟତ କିଙ୍ଗଡାଙ୍ଗ୍ ଗାଁର ପ୍ରାୟ 20 ପରିବାର । ପାଣି ମୁନ୍ଦାଏ ପାଇଁ ଦୀର୍ଘ ବର୍ଷ ହେଲା ହଇରାଣ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଦୀର୍ଘ ଦିନ ହେଲା ଏହି ସମସ୍ୟା ଜାରି ରହିଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗୋଟିଏ କୂପ ଉପରେ ଭରଷା କରୁଥିବା ବେଳେ ଖରାଦିନ ଆରମ୍ଭ ରେ ହିଁ ପାଣି ସମସ୍ୟା ଉତ୍କଟ ହେଲାଣି । କୂପ ପାଣି ମଧ୍ୟ ଶୁଖି ଗଲାଣି , ତେଣୁ ଗାଁ ରେ ପିଇବା ପାଣିର ବ୍ୟବସ୍ଥା କଲେ ଗ୍ରାମବାସୀ ଉପକୃତ ହେବେ ବୋଲି ଗାଁ ଲୋକେ ଦାବି କରୁଛନ୍ତି ।
ଗାଁ କୁ ଭଲ ରାସ୍ତା ନାହିଁ – କି ପିଇବା ପାଣି ନାହିଁ : ସମସ୍ୟାରେ ଜର୍ଜରିତ ଗ୍ରାମବାସୀ !!!

