ନିର୍ବାଚନ ପୂର୍ବରୁ ପୋଲିସ ପ୍ରଶାସନ ତରଫରୁ ସୀମା ଚେକ ପୋଷ୍ଟ ରେ କଡାକଡି ଚେକିଂଙ୍ଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୁରୁଣା ପାଟଣା ନାକା ପଏଣ୍ଟ, ଫରେଷ୍ଟ ଗେଟ ଛକ, ସୀତା ସାଗର ନାକା ପଏଣ୍ଟ ଗୁଡିକରେ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ କଡାକଡି ଚେକିଂଙ୍ଗ ଚାଲିଥିବାର ଦେଖିବାକୁ ମିଳିଛି । ଓଡ଼ିଶା ଆସୁଥିବା ଏବଂ ଓଡିଶାରୁ ଯାଉଥିବା ଗାଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ପୋଲିସ ପ୍ରଶାସନ ପକ୍ଷରୁ ଗାଡି ଗୁଡିକକୁ ଇଣ୍ଟେରଷ୍ଟେଟ ଚେକ ପୋଷ୍ଟ ଗୁଡିକରେ ଚେକ କରାଯାଉଛି । ବିଶେଷ କରି ଫ୍ଲୋ ଅଫ କେଶ, ଏକ୍ସସାଇଜ ଆଇଟମସ ଫରେଷ୍ଟ ଗୁଡ୍ସ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଦ୍ରବ୍ଯ ଉପରେ ନଜର ରଖାଯାଇଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *