ଟ୍ୟାକ୍ସ ଦେଉଛୁ ସେବା ପାଉନୁ : ଶିକ୍ଷା ସ୍ୱାସ୍ଥ୍ୟ ସ୍ୱଚ୍ଛତାକୁ ଉପହାସ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଲଗାତାର ୨୫ ବର୍ଷର ରାଜ୍ୟ ଶାସନ ! ଏହି ୨୫ବର୍ଷ ଶାସନ ଭିତରେ ଶିକ୍ଷା ସ୍ୱାସ୍ଥ୍ୟ ତଥା ସ୍ୱଚ୍ଛତାକୁ ନେଇ ଯୋଜନା ଜୋରଦାର, କଥା ବି ବଡ଼ ବଡ଼ ! ହେଲେ ଅସଲ ଚିତ୍ର ସମ୍ପୂର୍ଣ୍ଣ ଓଲଟା.. ଆଉ ବଡ଼ ବଡ଼ ଯୋଜନାରେ ଏଭଳି ବିକଳ ଚିତ୍ର ଖୋଦ କଟକ ସହରରେ । ଆମେ କହୁଚୁ କଟକ ସହରର ୩୨ ନଂ ୱାର୍ଡ କଥା, ଯେଉଁଠି ଆଜିକୁ ପ୍ରାୟ 35 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଲୋକ ମୌଳିକ ସେବାରୁ ବଞ୍ଚିତ। ଜନସାଧାରଣ ଟ୍ୟାକ୍ସ ଦେଇ ମଧ୍ୟ ସେବା ପାଉନାହାନ୍ତି । ରାଜ୍ୟ ସରକାର ସ୍ୱଚ୍ଛତା, ଶିକ୍ଷା ତଥା ସ୍ୱାସ୍ଥ୍ୟର ଡିଣ୍ଡିମ ପିଟୁଥିବା ବେଳେ ସରକାରଙ୍କର ଏହି ସବୁ ଯୋଜନା ଉପହାସ ରେ ପରିଣତ ହୋଇଛି 32 ନଂ ୱାର୍ଡରେ।  ଯେଉଁଠି ରହିଛି ଓଡ଼ିଶାର ଅନ୍ୟତମ ସର୍ବ ବୃହତ ଶିକ୍ଷାନୁଷ୍ଠାନ ବୋର୍ଡ ସ୍କୁଲ । ହେଲେ ଦୀର୍ଘଦିନ ଧରି ଯେଉଁ ପ୍ରକାର ସମସ୍ୟା ଏଠାରେ ସୃଷ୍ଟି ହୋଇଛି ତାହା ସରକାର ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପ୍ରତି କେତେ ଦାୟିତ୍ୱବାନ ବୋଲି ପ୍ରଶ୍ନ କରୁଛି । ସମସ୍ୟା ବିଷୟରେ ତଳୁ ଲଗେଇ ଉପର ଯାଏଁ ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୁନ।

ଏ ହେଉଛି କଟକ ୩୨ ନଂ ୱାର୍ଡର ଚିତ୍ର । ସ୍ଥାନୀୟ ଅଞ୍ଚଳରେ ପ୍ରାୟ 5 / ୬ଟି ପରିବାର ଦୀର୍ଘ ୪୦ ବର୍ଷ ଧରି ବସବାସ କରନ୍ତି । ଆବାସିକ ଗୃହକୁ ଲାଗିଛି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ କାର୍ଯ୍ୟାଳୟ । ହେଲେ ଆବାସିକ ଗୃହ ଗୁଡିକର ବର୍ଯ୍ୟ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ । ସରକାରଙ୍କୁ ସମସ୍ତ ପ୍ରକାର ଟ୍ୟାକ୍ସ ଦେଉଛନ୍ତି ହେଲେ ସେବା ମିଳୁନି । ଏ ବିଷୟରେ ଦୀର୍ଘ ବର୍ଷ ଧରି କଟକ ମହାନଗର ନିଗମ ସମେତ ଶିକ୍ଷାମନ୍ତ୍ରୀ ଯାଏଁ ସମସ୍ତଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ତେ ଏହି ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି । ଯାହା ଫଳରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ମଧ୍ୟ ଦୁର୍ବିସହ ଓ ଅସୁରକ୍ଷିତ ।

କଥା ବଡ଼ବଡ଼ ହେଲେ କାମ ଶୁନ ! ଏ ହେଉଛି ବର୍ତ୍ତମାନ ଶାସନ କରୁଥିବା ସରକାରଙ୍କ ଆଚରଣ ! ବୋର୍ଡ ସ୍କୁଲ ଓଡ଼ିଶାର ପରିଚୟ ଆଉ ଏଭଳି ସ୍ଥାନରେ ଏ ପ୍ରକାର ସମସ୍ୟା ସିଏମସି ଉପରେ ବଡ଼ ପ୍ରଶ୍ନ ! ଦୀର୍ଘ ୪୦ବର୍ଷର ସମସ୍ୟା , ମୂଳରୁ ଚୁଳ ସମସ୍ତଙ୍କୁ ସମସ୍ୟା ବିଷୟରେ ଜଣା ! ହେଲେ ଫଳ ଶୁନ , ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ କାର୍ଯ୍ୟାଳୟ ଆଖପାଖର ଏଭଳି ଚିତ୍ର ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଚିନ୍ତାକୁ ପଦାରେ ପକାଇଛି ।

Leave a Reply

Your email address will not be published. Required fields are marked *