ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଚତୁର୍ଥ ପର୍ଯ୍ୟାୟ ରେ ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି ! ଲୋକସଭା ପାଇଁ ୨୧ ରୁ ମାତ୍ର ୬ ପ୍ରାର୍ଥୀ ରିପିଟ୍ , ୯ ଦଳଡ଼ିଆଁଙ୍କୁ ଭରସା କରିଛି ଦଳ ! ମୋଟ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରି 33 ପ୍ରତିଶତ ମହିଳା ସଂରକ୍ଷଣ କୁ ଫିଡ଼ କରିଛି ଦଳ ! ଲୋକସଭା ପାଇଁ ଚତୁର୍ଥ ପର୍ଯ୍ୟାୟର ତାଲିକାରେ ବାକିଥିବା ବାଲେଶ୍ୱର ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି ଦଳ । ଗତ ସପ୍ତାହରେ ବିଜେପି ଛାଡ଼ି ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଛି ବିଜେଡି। ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ୯ ଟିରେ ଦଳଡ଼ିଆଁଙ୍କୁ ବିଜେଡି ଏଥର ପ୍ରାର୍ଥୀ କରିଛି। ଦଳ ମାତ୍ର ୪ଜଣ ସାଂସଦଙ୍କୁ ସେମାନଙ୍କ ସ୍ଥାନରେ ରିପିଟ୍ କରିଥିବା ବେଳେ ୨ ଜଣ ପରାଜିତ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସ୍ଥାନ ପରିବର୍ତ୍ତନ କରିଛି ଓ କୌଶଲ୍ୟା ହିକକାଙ୍କୁ କୋରାପୁଟରୁ ଲଢ଼ିବାକୁ ଆଉଥରେ ସୁଯୋଗ ଦେଇଛି । ଦଳଡ଼ିଆଁଙ୍କ ମଧ୍ୟରେ ବିଜେପିରୁ ଆସିଥିବା ୪ ଜଣ ଓ କଂଗ୍ରେସରୁ ଆସିଥିବା ୫ ଜଣ ନେତାଙ୍କୁ ବିଜେଡି ଏଥର ଲୋକସଭାରେ ପ୍ରାର୍ଥୀ କରି ନିଜ ଦଳରେ ନେତାଙ୍କ ସଙ୍କଟ ଥିବାର ପ୍ରମାଣ ଦେଇଛି । ତେବେ ମୁଖ୍ୟମନ୍ତ୍ରୀ ଫିଜିକାଲି ଓ ମେଣ୍ଟାଲି ଫିଟ ଥିବାର ପ୍ରମାଣ ଦେବାକୁ ମଝିରେ ମଝିରେ କିଛି ଭଡ଼ିଓ ସୋସାଲ ମିଡ଼ିଆ ରେ ଛଡା ଯାଉଥିବା ସମୟରେ , ବବି ଦାସଙ୍କୁ ଧର୍ମେନ୍ଦ୍ର ଙ୍କ ବିପକ୍ଷରେ , ବ୍ରହ୍ମପୁରରେ ବକ୍ସିପାତ୍ର ଏବଂ ଶେଷରେ ବାଲେଶ୍ୱରରେ ଲେଖାଶ୍ରୀ ପ୍ରାର୍ଥୀ କରାଯିବା ପରେ ବିରୋଧୀଙ୍କ ପ୍ରଶ୍ନ ଆହୁରି ଶାଣିତ ହୋଇଛି ! ରାଜନୀତି ସମୀକ୍ଷକ କହୁଛନ୍ତି , ଦଳ କେବଳ ଲଢ଼ିବା ପାଇଁ ପ୍ରାର୍ଥୀ ଦେଇଛି , ଜିତିବା ପାଇଁ ନୂହେଁ !