ଓଡ଼ିଆ ନବ ବର୍ଷରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ଦୁଇ ସମାଜିକ କର୍ମୀଙ୍କୁ ସମ୍ବର୍ଦ୍ଧନା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଓଡ଼ିଆ ନବ ବର୍ଷରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ଦୁଇ ସମାଜିକ କର୍ମୀଙ୍କୁ ସମ୍ବର୍ଦ୍ଧନା ! ପବିତ୍ର ମହା ବିଷୁବ ସଂକ୍ରାନ୍ତିକୁ ଏକ ନିଆରା ଢଙ୍ଗରେ ପାଳନ କରିଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ! ବିଭିନ୍ନ କ୍ଷେତ୍ରରେ ସାମାଜିକ କାମ ଜାରି ରଖିଥିବା ଦୁଇ ବର୍ଷିଆନ ବ୍ୟକ୍ତିତ୍ୱଙ୍କୁ ସଂଘ ତରଫରୁ ଉତ୍ତରୀୟ , ସମ୍ମାନ ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି ! ମହାସଂଘ ରାଜ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠିତ ବ୍ୟବସାୟୀ , ମୋଟିଭେସନାଲ ସ୍ପିକର ତଥା ସାମାଜିକ କର୍ମୀ ରବି ନାରାୟଣ ଧଳଙ୍କୁ ସମ୍ମାନୀତ କରାଯାଇଥିଲା ! ମହାସଂଘ ପ୍ରତିଷ୍ଠା ଦିନ ଠାରୁ ଶ୍ରୀଯୁକ୍ତ ଧଳ ସଦସ୍ୟ ମାନଙ୍କ ସହିତ ଯୋଡି ହୋଇ ରହିଛନ୍ତି ! ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ରାଜନୀତି ଏବଂ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟ ଉପରେ ନିଜର ଅଭିଜ୍ଞ ମତ ଉପସ୍ଥାପନା କରିଥିଲେ ଶ୍ରୀଯୁକ୍ତ ରବି ନାରାୟଣ ଧଳ ! ସେହିପରି ବରିଷ୍ଠ ଆଇନଜୀବୀ ତଥା ରୋଟାରୀ କ୍ଲବ ଅଫ ଇନଫୋସିଟି ର ପୂର୍ବତନ ସଭାପତି ପ୍ରସନ୍ନ କୁମାର ପଣ୍ଡାଙ୍କ ନିମନ୍ତ୍ରଣ କ୍ରମେ ମହାସଂଘ ପରିଚାଳନା କମିଟିର ସଦସ୍ୟ ପହଞ୍ଚିଥିଲେ ତାଙ୍କ ବାସଭବନରେ ! ପାରମ୍ପରିକ ଶୈଳୀରେ ପଣା ସଂକ୍ରାନ୍ତି ପାଳନ ସହିତ , ଶ୍ରୀଯୁକ୍ତ ପଣ୍ଡାଙ୍କୁ ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ! ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରୋଟାରୀ ଇଣ୍ଟରନ୍ୟାସନାଲ ତରଫରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଶ୍ରୀଯୁକ୍ତ ପଣ୍ଡା ! ସେହିପରି ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ତାଙ୍କର କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ ! ଆଡ଼ଭୋକେଟ ପ୍ରସନ୍ନ ପଣ୍ଡା ଙ୍କ ଦ୍ୱାରା ପ୍ରତିଷ୍ଠିତ କେପି ଫାଉଣ୍ଡେସନ ର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ କୁ ଆନୁଷ୍ଠାନିକ ନିମନ୍ତ୍ରଣ ମିଳିଛି ! ଆଜିର କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ମିଡ଼ିଆ ସଂଯୋଜକ ସତ୍ୟବ୍ରତ ଦାଶ , କୋଷାଧ୍ୟକ୍ଷ ଅଶ୍ରୁମୋଚନ ନାୟକ , ସିଟି କୋର୍ଡିନେଟର ସୁଶାନ୍ତ ଦାଶ, ଉପ ସଭାପତି ବସନ୍ତ ପ୍ରଧାନ , ସଦସ୍ୟ ସର୍ବେଶ୍ୱର ନାୟକ , ରଶ୍ମୀରଂଜନ ପଣ୍ଡା ପ୍ରମୂଖ ଉପସ୍ଥିତ ରହିଥିଲେ !

Leave a Reply

Your email address will not be published. Required fields are marked *