ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅନୁସୂଚିତ ଜାତି ଜନ ଜାତି ସଂଖ୍ୟା ଲଘୁପଛୁଆ ବର୍ଗ କର୍ମଚାରୀ ମହାସଂଘ ତରଫରୁ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ 134 ତମ ଜନ୍ମ ଦିବସ ପାଳିତ ହୋ ଯାଇଛି।ଏହି ଅବସରରେ ସଙ୍ଘ ତରଫରୁ ଏକ ଶୋଭାଯାତ୍ରା କଲେଜ ଛକ ଠାରୁ ବାହାରି ସହର ପରିକ୍ରମା କରି ନୂଆ ବସଷ୍ଟାଣ୍ଡ ଠାରେ ଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଥିଲା।ଜିଲ୍ଲା ପ୍ରଶାସନ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିରେନ୍ଦ୍ର ଦାସ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଡକ୍ଟର ଗୁଣନିଧି ନାୟକ, ତହସିଲଦାର ନାରାୟଣ ବେହେରା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ପ୍ରମୁଖ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସଂଘର ସଭାପତି S. ପାପା ରାଓ, ସମ୍ପାଦକ ପୁରୁଷୋତ୍ତମ ବେହେରା, ଉପଦେଷ୍ଟା,ନାରାୟଣ ସେଠୀ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ। ଭାରତର ସମ୍ବିଧାନ ଶାସନ କିପରି ଉକ୍ତ ଭିତ୍ତି ଭୂମି ଉପରେ କାର୍ଯ୍ୟ କରୁଛି।ଭାରତର ସମ୍ବିଧାନ ଯୋଗୁଁ ବିଭିନ୍ନ ଭିତରେ ଏକତାର ସମନ୍ୱୟ ରକ୍ଷା କରାଯାଇ ପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହାପରେ ଏକ ଶୋଭାଯାତ୍ରା ବାହାରି ଦଣ୍ଡମାଳ ସାହିରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୁତୟନ କରାଯାଇଥିଲା ।
ପାରଳାଖେମୁଣ୍ଡିରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ !!!

