ରଙ୍କନାଥ ଦେବଙ୍କ ନୀତିକାନ୍ତିରେ ବିଭ୍ରାଟ : ଉପାସ ରେ ବାହାର ଯାତ୍ରା କଲେ ଚଳନ୍ତି ପ୍ରତିମା ପ୍ରଭୁ ମଦନମୋହନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମଙ୍ଗଳବାର ବାଣପୁର ଅଞ୍ଚଳର ଆରାଧ୍ୟ ପ୍ରଭୁ ରଙ୍କନାଥଦେବଙ୍କ ନିତୀ କାନ୍ତିରେ ବିଭ୍ରାଟ ଦେଖା ଦେଇଛି । ଜଣା ପଡୁଛି ସତେ ଯେମିତି ନିର୍ଦ୍ଧାରିତ ଲୋକଙ୍କ ଦ୍ଵାରା ପରିଚାଳିତ ହେଉଛନ୍ତି ମହାପ୍ରଭୁ ରଙ୍କନାଥଦେବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରତି ଓଡିଆର ମଉଡମଣୀ. ବିଧର୍ମୀ କଳାପାହାଡ ଆକ୍ରମଣ କାଳରେ ମହାପ୍ରଭୁ ଙ୍କୁ ରକ୍ଷା କରିବା ପାଇଁ ସେବାୟତ ମାନେ ରାଜ୍ୟର ବିଭିନ୍ନ ଜାଗାରେ ଲୁଚାଇ ରଖି ଥିଲେ ଏବଂ ସେହି ସ୍ଥାନ ମାନଙ୍କ ରେ ମହାପ୍ରଭୁ ରହି ଲୀଳାଖେଳା କରିବାର ଅନେକ କୀମ୍ବଦନ୍ତି ରହିଆସିଛି । ମହାପ୍ରଭୁ ଅନେକ ଥର ବାଣପୁର ର ବିଭିନ୍ନ ସ୍ଥାନ ରେ ଆସି ପୂଜା ପାଇ ଥିବାର ଇତିହାସ ରୁ ଜଣାଯାଏ । ବାଣପୁର ସ୍ଥିତ ପ୍ରଭୁ ରଙ୍କନାଥ ଦେବଙ୍କ ମନ୍ଦିର ଜଗନ୍ନାଥ ସଂସ୍କୃତିର ଅଭିନ୍ନ ଅଂଶ ହୋଇଥିବା ର ଜଣାପଡିଥାଏ। ସୂଚନା ଥାଉକି ରଙ୍କନାଥ ଦେବଙ୍କ ନିତୀ କାନ୍ତିରେ ଅନେକ ବିଭ୍ରାଟ ଦେଖାଯିବ କିଛି ମୁଷ୍ଟିମେୟ ଲୋକଙ୍କ ଦ୍ଵାରା ମହାପ୍ରଭୁ ପରିଚାଳିତ ହେଉଥିବା ପରିଲକ୍ଷିତ ହୋଇଛି। ପବିତ୍ର ଅଶୋକାଷ୍ଟମୀରେ ଅଶୋକ ଫୁଲ ଲାଗି ହେବାପ‍ାଇଁ ଦକ୍ଷୀଣରେ ଥିବା ଭଉଣୀ ମା ନାରାୟଣୀଙ୍କ ନିକଟକୁ ମା ଭଗବତୀ ,ଦକ୍ଷେଶ୍ଵର ଏବଂ ମହାପ୍ରଭୁ ଶ୍ରୀ ରଙ୍କନାଥଦେବ ଯାତ୍ରା କରନ୍ତି । କାଳକ୍ରମେ ଅନେକ ଦୂର ହେବା ହେତୁ ମା ନାରାୟଣୀଙ୍କ ନିକଟକୁ ନ ଯାଇପାରି ସ୍ଥାନୀୟ ଦକ୍ଷୀଣ ଦିଗରେ ଥିବା ମାଳିଗୋବିନ୍ଦପୁର ସ୍ଥିତ ଶ୍ରୀ ଗତିଶ୍ଵର ଦେବଙ୍କ ପୀଠକୁ ଯାଇଥା‌ଆନ୍ତି। ଗତିଶ୍ଵର ଦେବଙ୍କ ପୀଠକୁ ସମସ୍ତ ଦେବାଦେବୀ ଯିବା ପୂର୍ବରୁ ନିଜ ନିଜ ମନ୍ଦିରରେ ଅବକାଶ ନୀତି , ସକାଳଧୂପ , ଗୋପାଳବଲ୍ଲଭ ନୀତି ଏବଂ ମଧ୍ୟାହ୍ନଧୁପ ହୋଇ ବାହାର ଯାତ୍ରାରେ ବାହାରିପଡନ୍ତି । କିନ୍ତୁ ରଙ୍କନାଥ ଦେବ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ଭିତରେ ରହିଥିବା ହେତୁ ତାଙ୍କ ନୀତିକାନ୍ତି ସମ୍ପୁର୍ଣ୍ଣ ଭିନ୍ନ ଧରଣର। “ଯଥା ମାନବ ତଥା ଦେବ ” , ସଂସାରରେ ମଣିଷର ଚାଳିଚଳନ ଆଚାର ବ୍ୟବାହାର ଯେମିତି ଠିକ୍ ତାହାର ଅନୁରୁପ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚାଳି ଚଳନ ଆଚାର ବ୍ୟବହାର । ମଣିଷ ଯେମିତି ସକାଳୁ ଉଠି ନିଜର ନିତ୍ୟକର୍ମ ସାରି କଣ ଗଣ୍ଡେ ପେଟରେ ପକେଇ ଯେମିତି ବାହାରକୁ ବାହାରି ଥାଆନ୍ତି ଠିକ୍ ସେମିତି ଶ୍ରୀ ଜଗନ୍ନାଥ ବାହାରକୁ ଯାତ୍ରା କଲାବେଳେ ଅବକାଶ ନୀତି , ସକାଳ ଧୂପ, ଗୋପାଳବଲ୍ଲଭ ନୀତି ଏବଂ ମଧ୍ୟାହ୍ନ ଧୂପ ପରେ ବାହାର ଯାତ୍ରା କରନ୍ତି। କିନ୍ତୁ ଏ ସବୁର ବିଭ୍ରାଟ ଘଟାଇ ମଙ୍ଗଳବାର କିଛି ନିର୍ଦ୍ଧିଷ୍ଟ ଲୋକମାନଙ୍କ ଦ୍ଵାରା ପରିଚାଳିତ ହୋଇ ଠାକୁରଙ୍କର କୌଣସି ନୀତିକାନ୍ତି ନ କରି ରଙ୍କନାଥ ଦେବଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ବାହାର ଯାତ୍ରା କରାଯାଇଛି । ମନ୍ଦିର ଭିତରେ ମଦନମୋହନଙ୍କ ଅନୁପସ୍ଥିତରେ ଗୋପାଳବଲ୍ଲଭ ନୀତି ଏବଂ ମଧ୍ୟାହ୍ନ ଧୂପ ସମାପନ କରିବା ନେଇ ଜଗନ୍ନାଥ ସଂସ୍କୃତିକୁ କୁଠାର ଘାତ କରିବା ସହ ଜଗନ୍ନାଥ ପ୍ରେମୀଙ୍କ ମନରେ ଅନେକ ଆଘାତ ସୃଷ୍ଟି କରିଛି। ଏ ନେଇ ଜଗନ୍ନାଥ ପ୍ରେମୀ ଦିବ୍ୟକାନ୍ତ ବେହେରା ଏବଂ ଅନ୍ୟମାନେ ମନ୍ଦିର ପୂଜକ ସତ୍ୟଶିବ ତ୍ରିପାଠୀଙ୍କୁ ପଚାରିବାରେ ସେ କହିଲେ ଯେ ମୁଁ ପରିଚାଳନା କମିଟି ଆଦେଶ ମୁତାବକ ପୂଜା କାର୍ଯ୍ୟ କରେ ଏଣୁ ଏଥିରେ ମୋର କୌଣସି ତୃଟି ନାହିଁ। ଏ ନେଇ ମନ୍ଦିର ସଭାପତି ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଠାକୁରଙ୍କ ଅନୁପସ୍ଥିତରେ ସମସ୍ତ ପ୍ରକାର ନୀତିକାନ୍ତି ହୋଇପାରିବ। ଏହି ଭଳି ଉତ୍ତର ରେ ଅସନ୍ତୁଷ୍ଟ ହୋଇ ଉପରୋକ୍ତ ଜଗନ୍ନାଥ ପ୍ରେମି ମାନେ ସ୍ଥାନୀୟ ଚରଣ ଚକା ଦେବ ଙ୍କ ପିଠ ପୂଜାରୀ,ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପ ସଭା ଏବଂ କିଛି ଜଗନ୍ନାଥ ସଂସ୍କୃତି ଗବେଶକଙ୍କୁ ନେଇ ପଚାରିବାରେ ସେମାନେ ରୋକଠୋକ କହିଲେ ଯେ ଯେ ଠାକୁରଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନଙ୍କ ଅନୁପସ୍ଥିତିରେ କୌଣସି ଧୁପ ହୋଇପାରିବନାହିଁ । ଆଉ ଏହି ଘଟଣା ଯେଉଁଠି ବି ଘଟିଚି ତାହା ଜଗନ୍ନାଥ ସଂସ୍କୃତି ପାଇଁ କଳଙ୍କ ଏବଂ ଏଇ କିଛି ଖଳ ପ୍ରକୃତି ଏବଂ ମୁଷ୍ଟିମେୟ ଲୋକଙ୍କ ପ‍ାଇଁ ଜଗନ୍ନାଥ ସଂସ୍କୃତି ନଷ୍ଟ ହେବାକୁ ବସିଛି। ଶ୍ରୀ ଜଗନ୍ନାଥ ଯେତେବେଳେ ଚାପଖେଳ ପାଇଁ ବାହାରକୁ ବାହାରିଥାଆନ୍ତି ତା ପୂର୍ବରୁ ମନ୍ଦିରରେ ସମସ୍ତ ପ୍ରକାର ନୀତିକାନ୍ତି ସମାପ୍ତ ହେବା ସହ ବାହାରଯାତ୍ରା କରି ସାରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଶ୍ରୀ ଜଗନ୍ନାଥ ଯେତେବେଳେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି ଠିକ୍ ସେହି ସମୟରେ ପୁନର୍ବାର ଆରମ୍ଭ ହୋଇଯାଇଥାଏ ଅବକାଶ ନୀତି, ସକାଳ ଧୁପ , ଗୋପାଳବଲ୍ଲଭ ନୀତି , ମଧ୍ୟାହ୍ନଧୂପ , ସନ୍ଧ୍ୟାଧୂପ ଏବଂ ବଡସିଂହାର ବେସ ସାରି ପ୍ରଭୁ ନିଦ୍ରା ଯାଆନ୍ତି ବୋଲି ଯାହା ଜଗନ୍ନାଥ ସଂସ୍କୃତି ଗବେଶକଙ୍କ ମତ ରହିଛି । ଆଜି ଠାକୁରଙ୍କ ଏଭଳି ବିଭ୍ରାଟକୁ ନେଇ ପାରିକୁଦ ରାଜା ତଥା ମନ୍ଦିରର ମାଲିକ କୁହାଯାଉଥିବା ରାଜା ଶ୍ରୀ ସନ୍ତୋଷ ଦେବଙ୍କ ସହ ଯୋଗାଯୋଗ କରିବା ପରେ ସେ ଏଥିରେ ଅସନ୍ତୋଷ ପ୍ରକାଶ କରି କହିଲେ ଯେ ଠାକୁର ଙ୍କ ନୀତିକାନ୍ତି ର ବିଭ୍ରାଟ ତାଙ୍କ ନଜରକୁ ଆସିଛି ଏବଂ ଏ ସମ୍ପର୍କ ରେ ପରିଚାଳନା କମିଟି କୁ କାରଣ ଦର୍ଶାଇ ନୋଟିସ୍ ଜାରି କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଗାମୀ ଦିନରେ ଠାକୁରଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ନ କରି ଯେମିତି ଘରେ ଥିବା ବୟସ୍କ ଲୋକଙ୍କ ସେବା ଜରୁରୀ ମନେକରୁଛ ଠିକ୍ ସେହିଭଳି ମହାପ୍ରଭୂଙ୍କ ପାଇଁ ନିୟୋଜିତ ହୋଇଥିବା ସେବାୟତ ମାନେ ପ୍ରଥମେ ଠାକୁରଙ୍କ ସେବା ସଠିକ୍ ରୂପେ କରିବା ପାଇଁ ଅନୁରୋଧ କରିଛନ୍ତି କିଛି ଜଗନ୍ନାଥ ପ୍ରେମୀ ।

Leave a Reply

Your email address will not be published. Required fields are marked *