ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଦିବାକର ପରିଡାଙ୍କ ୧୧0 ତମ ଜୟନ୍ତୀ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନ ପାଇଁ ନିଜର ମହନୀୟ ଆତ୍ମ ବଳିଦାନ ଦେଇଥିବା ସହିଦ ଦିବାକର ପରିଡ଼ାଙ୍କୁ ଯୁଗେ ଯୁଗେ ଅମର ରଖିବ ତାଙ୍କର ଅଦମ୍ୟ ସାହସ ଓ ବୀରତ୍ୱ . ନୟାଗଡ କେ.ସି କ୍ଲବ ସମ୍ମିଳନୀ କକ୍ଷରେ ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ବ୍ୟାପକ କରିବା ପାଇଁ ସେତେବେଳର ଯୁବ ପ୍ରେରଣା ସହିଦ ଦିବାକର ପରିଡାଙ୍କ ୧୧0 ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି | ରାଜ୍ୟ ସ୍ତରୀୟ ରଘୁ-ଦିବାକର ସ୍ମୃତି ପରିଷଦ, ଭୁବନେଶ୍ୱର ଦ୍ୱାର ଆୟୋଜିତ ଏହି ସଭାରେ ପୌରୋହିତ୍ୟ କରିଥିଲେ ଏହାର ସ୍ଥାୟୀ ସଭାପତି ଅଧ୍ୟାପିକା ସୌଦାମିନୀ ପାଇକରାୟ | ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁରର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇ ସ୍ୱର୍ଗତ ପରିଡାଙ୍କ ନୟାଗଡ ପ୍ରଜାମଣ୍ଡଳ ଆନ୍ଦୋଳନକୁ ତ୍ୟାଗପୁତ ଅବଦାନର ଅବତାରଣା କରଥିଲେ | ମୁଖ୍ୟ ବକ୍ତା ଭାବେ ନୟାଗଡ ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ୟତମ ଦୁର୍ଦ୍ଧଷ ଯୋଦ୍ଧା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଶ୍ରୀଧର ଦାଶଙ୍କ ନାତି ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଯୋଗଦେଇ ସେହି ମହାନ ସଂଗ୍ରାମୀଙ୍କ ମାତୃଭୂମି ପ୍ରତି ବଳିଦାନର ଭୁୟସୀ ପ୍ରଂଶସା କରିବା ସହ ବର୍ତମାନର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାଟି,ମା ର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଶପଥ ନେବାକୁ ଆହ୍ୱାନ ଦେଇଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଭାବେ ବର୍ଷିଆନ ସାମ୍ବାଦିକ ତଥା ସଂଗୀତଜ୍ଞ ପ୍ରଦୀପ୍ତ ପଟ୍ଟନାୟକ ସ୍ବର୍ଗତ ପରିଡାଙ୍କ ଜୀବନାଦର୍ଶନ କିଭଳି ମହନୀୟ ଥିଲା ତାର ପରିଚୟ ପ୍ରଦାନ କରିଥିବାବେଳେ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ଆଦିତ୍ୟକୁମାର ମହାପାତ୍ର, କେ. ସି କ୍ଲବର ସଭାପତି କିସାନ ଦାସ ପ୍ରମୁଖ ନୟାଗଡ ପ୍ରଜାମଣ୍ଡଳ ଆନ୍ଦୋଳକୁ ଦିବାକର ପରିଡାଙ୍କ ମହନୀୟ ଅବଦାନ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ | ଯୁବ ସମାଜସେବୀ ରଜତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *