ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନନ୍ଦିଘୋଷ ଭବନରେ ପ୍ରାଚୀନ କବି ଦନେଇ ଦାସଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ବଳଦୁଗ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରିଷଦ ବୋଲଗଡ଼ ଆନୁକୂଲ୍ୟରେ ପ୍ରାଚୀନ କବି ଦନେଇ ଦାସଙ୍କ ଜୟନ୍ତୀ ଅବସରରେ ପିଣ୍ଡିକି ଶ୍ରୀଚନ୍ଦନଙ୍କ ଦ୍ୱାରା ଲିଖିତ ‘ବସନ୍ତ ରାସ” ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଶ୍ରୀଯୁକ୍ତ ଗୋପିନାଥ ଖାଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କାଳିଚରଣ ଜୟସିଂହ, ମୁଖ୍ୟ ବକ୍ତା ଭାବେ ଅଶୋକ କୁମାର ନାୟକ ଓ ସୁରେଶ କୁମାର ଛୋଟରାୟ ସମ୍ମାନୀତ ଅତିଥି ଭାବେ ଅକ୍ଷୟ କୁମାର ପଟ୍ଟନାୟକ, ରବୀନ୍ଦ୍ର କୁମାର ପରିଡ଼ା, ଜ୍ଞାନ ରଞ୍ଜନ ଦାଶ, ଅନୁପମା ବଳିୟାରସିଂହ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ଉତ୍ସବକୁ କୁଷ୍ଣ ମୋହନ ପାଲଟାସିଂହ ଉଦଘାଟନ କରିବା ସହିତ ଉପସ୍ଥିତ ବୋଲଗଡ଼ ଅଂଚଳ କବି କବୟତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ପ୍ରତିଭା ଭାବେ ନାରାୟଣ ମାର୍ଥା, ବିଭୁତି ଭୂଷଣ ଦଳାଇ, ଶ୍ରୀମତୀ ସୁମତି ଦେଇ, ଶ୍ରୀ ବିଶ୍ୱଜିତ ମହାପାତ୍ର, ପ୍ରସନ୍ନ କୁମାର ମଣ୍ଡଳ ପ୍ରମୂଖମାନଙ୍କୁ ବଳଦୁଗ ସମ୍ମାନରେ ଉପଢୌକନ, ପୁଷ୍ପ ଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ କବି ଶ୍ରୀ ବିଶ୍ୱଜିତ ମହାପାତ୍ର ଙ୍କ ଲିଖିତ “ଅରଣ୍ୟ କୁସୁମ”, ଇଂ.ପଦ୍ମନାଭ ପରିଡ଼ାଙ୍କ “ଜୀବନ ର ଅନୁଚିନ୍ତା” ଲଷ୍ମୀଧର ଜେନାଙ୍କ “ବାଳି ମାଗିଥିଲା ମରଣ ବର ” କବିତା ପୁସ୍ତକ ଉନ୍ମୋଚିତ ହୋଇଥିଲା । କବିତା ପାଠୋତ୍ସବରେ ବାନାମ୍ବର ମହାରଣା, ପ୍ରଫୁଲ୍ଲ କୁମାର ମହାପାତ୍ର,
ରଘୁନାଥ ଦଳବେହେରା, ରାଧାରାଣୀ ମହାପାତ୍ର, ଅନ୍ତର୍ଯ୍ୟାମୀ ଜେନା, ଦିବ୍ୟଲୋଚନ ଭାରିମଲ୍ଲ, ମଦନ ପ୍ରଧାନ ପ୍ରମୁଖ କବିମାନେ ପିଣ୍ଡିକି ଶ୍ରୀଚନ୍ଦନ ଙ୍କ “ବସନ୍ତ ରାସ” ଆଧାରିତ କବିତା ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଯୋଜକ ଓ ସମୀକ୍ଷକ ଭାବେ ଶ୍ରୀକାନ୍ତ କୁମାର ନାୟକ ଉପସ୍ଥାପନା କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ବାଲ୍ମୀକ ବଳିଆରସିଂହ ଉପସ୍ଥିତ ଅତିଥି କବି କବୟତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।