ବିପଦରେ କଟକ ବିଜେପି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଆଗାମୀ ସାଧାରଣ ନିର୍ବାଚନରେ ଚୌଦ୍ୱାର କଟକରେ ପୁଣି ବିଜେପି ପାଇଁ ବିପଦ ! ଲଗାତାର ୫ ଥର ହାରିଥିବା ପ୍ରାର୍ଥୀଙ୍କୁ ପୁଣି ଦଳ ଏଥର ଟିକେଟ ଦେଇଛି । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ହେଉଛି । ଏହି ନିର୍ବାଚନ ମଣ୍ଡଳୀରୁ ବିଜେପିର ବରିଷ୍ଠ ନେତା ନୟନ କିଶୋର ମହାନ୍ତି ୫ ଥର ପରାଜୟ ସ୍ୱାଦ ଚାଖି ସାରିଲେଣି । ଏହା ପରେ ମଧ୍ୟ ଦଳ ସେହି ପ୍ରାର୍ଥୀଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ଟିକେଟ ଦେଇଛି , ଯାହା ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳର ଭାବମୂର୍ତି ଉପରେ ପ୍ରଶ୍ନ ସୃଷ୍ଟି କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହା ସହ ଭିତିରି ସଲା ସୁତୁରାରେ ଏଭଳି ଗୋଟି ଚାଳନା ଓ ଅଙ୍କକଷା ଉପର ମୁଣ୍ଡରୁ ହୋଇଥାଏ ବୋଲି କୁହାଯାଉଛି । ଐତିହାସିକ ମାଟିରେ ଥରେ କି ଦୁ ଇଥର ନୁହେଁ , କ୍ରମାଗତ ପାଞ୍ଚ ପାଞ୍ଚ ଥର ହାରିଥିବା ପ୍ରାର୍ଥୀଙ୍କୁ ଟିକେଟ ନେଇ ସ୍ଥାନୀୟ ଅସନ୍ତୁଷ୍ଟ କର୍ମୀ ମୁହଁ ଖୋଲିଛନ୍ତି ! ବିଜେଡି ସରକାରର ଭ୍ରଷ୍ଟାଚାର ଦୁର୍ନୀତିକୁ ପଦାରେ ପକାଇବା ସହ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇଛୁ , ନୂତନ ପ୍ରାର୍ଥୀ ନେଇ ପଦ୍ମ ଫୁଟାଇବାର ଏହାହିଁ ଥିଲା ଉଚ୍ଚିତ ସମୟ ! ନୋମିନେସନ ପୂର୍ବରୁ ନିର୍ବାଚନ ହାରିବା ପ୍ରାର୍ଥୀଙ୍କୁ ବିଜେପି କିପରି ପୁଣି କେମିତି ଟିକେଟ ଦେଲା ଲୋକଙ୍କର ବର୍ତ୍ତମାନ ବଡ଼ ସନ୍ଦେହ । କେବଳ ମୋଦି ଗ୍ୟାରେଣ୍ଟିରେ ନିର୍ବାଚନ ବୈତରଣୀ ପାର ହେବେ ନୟନ ଭାବୁଛନ୍ତି ! ଚିଟଫଣ୍ଡ ମାମଲା ପରେ ମଧ୍ୟ ପ୍ରଭାତ ଓ ସୌଭିକଙ୍କ ଲୋକପ୍ରିୟତା ଯଥେଷ୍ଟ ରହିଛି , ଏଭଳି ସ୍ଥିତିରେ ଦଳ ଯଦି ନୟନଙ୍କୁ ଟିକେଟ ଦେଇଛି ତେବେ ଏ ବ୍ୟାପାର ସମ୍ପୂର୍ଣ୍ଣ ଦଳୀୟ ! ଯେଉଁଥିପାଇଁ ରାଜନୀତି ଭଳି ଶ୍ରେଷ୍ଠ ନୀତି ଆଜି ମୂଲ୍ୟହୀନ ! ଚୌଦ୍ୱାର କଟକରେ ପ୍ରଭାତ ସୌଭିକ ଲୋକପ୍ରିୟ ଥିବା ବେଳେ ବିଜେପି ପକ୍ଷରୁ ନିର୍ବାଚନରେ ୫ ଥର ପରାଜିତ ପ୍ରାର୍ଥୀ ନୟନ ମହାନ୍ତିଙ୍କୁ ପୁଣି ଟିକେଟ ! ଯେଉଁଥିପାଇଁ ଦଳରେ ତୀବ୍ର ଅସନ୍ତୋଷ , ଯାହାକୁ ନେଇ ପୁଣି ଥରେ ଏହି ନିର୍ବାଚନ ମଣ୍ଡଳୀରେ ବିପଦରେ ବିଜେପି ବୋଲି ଲୋକେ କହିଲେଣି ।

Leave a Reply

Your email address will not be published. Required fields are marked *